jayashree

ବଲାଙ୍ଗିର ସହରର ବିଭିନ୍ନ ଫାଷ୍ଟଫୁଡ୍‌ ସେଣ୍ଟରରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଜିପି ଫିଡ୍‌, ବିଗିଜ୍‌ ବର୍ଗର ଓ ବିଗ୍‌ ଗାଇଜ୍‌ ଭଳି ମୋଟ ୧୦ ଫାଷ୍ଟଫୁଡ୍‌ ସେଣ୍ଟର୍ ଯାଞ୍ଚ କରାଯାଇଥିଲା । ବାସି ଖାଦ୍ୟ, ମାଂସ ଓ ରନ୍ଧନ ତେଲର ଗୁଣବତ୍ତା ସହିତ ପ୍ରତିଷ୍ଠାନଗୁଡ଼ିକର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ୩ ଲିଟର ଏକ୍ସପାରଏର୍ଡ ରନ୍ଧନ ତେଲ, ୨ କିଲୋଗ୍ରାମ ଚିକେନ୍‌ କରି ଏବଂ ୨୦ଟି ଚିକେନ୍‌ ଆଇସ୍‌ ଷ୍ଟିକ୍‌ ସମେତ ଅନ୍ୟ ଏକ୍ସପାରଏର୍ଡ ଖାଦ୍ୟପାନୀୟ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ସାମଗ୍ରୀ ମଧ୍ୟରେ ରହିଥିଲା ୭୪୦ ମିଲିଲିଟରର ୪ଟି ସ୍ପ୍ରାଇଟ୍‌, ୭୫୦ ମିଲିଲିଟରର ୨ଟି କିନ୍‌ଲେ ସୋଡା ୱାଟର, ୧ଟି ମିଲି.ଲି ୭୫୦ ମିଲିଲିଟରର ୫ଟି ପେପ୍ସି, ୨.୫ ଲିଟରର ୩ଟି ପେପ୍ସି, ୭୫୦ ମିଲିଲିଟରର ୨ଟି ଥମ୍ସଅପ୍‌, ୨.୫ ଲିଟରର ୧ଟି କୋକାକୋଲା, ୭୫୦ ମିଲିଲିଟରର ୩ଟି ଫାଣ୍ଟା ଏବଂ ୭୫୦ ମିଲିଲିଟରର ୨ଟି ଲିମ୍କା । ଏହାସଙ୍ଗେ ୩ଟି ଖାଦ୍ୟ ପ୍ରତିଷ୍ଠାନକୁ ନୋଟିସ୍‌ ଜାରି କରାଯାଇଛି । ଜନସାଧାରଣଙ୍କୁ ନିରାପଦ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ କରିବା ସହ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ସୁନିଶ୍ଚିତ ପାଇଁ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.