
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ରବିବାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ ଏହାର ଉଦ୍ଘାଟନ କରିଥିଲେ । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ରେଭେନ୍ୟୁ ଏଡିଏମ୍ ପବିତ୍ର ବେହେରା, ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ଉପଜିଲ୍ଲାପାଳ ସୁନୀଲ ମେହେର, ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆନନ୍ଦ ପଣ୍ଡା ଓ ସରପଞ୍ଚ ଶକୁନ୍ତଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ଏସ୍ଡିପିଓ ସଦାନନ୍ଦ ପୁଝାରୀ, ବିଇଓ ଅଭିନବ ମିଶ୍ର ଓ ଅତିରିକ୍ତ ତହସିଲଦାର ସତ୍ୟସୁନ୍ଦର ରାଉତରାୟଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।