mahavir

ବେଲବାହାଲିରେ ଲୋକଙ୍କୁ ଭେଟିଲେ ନରସିଂହ

  • ବିଜୁଳି ଏବଂ ପାଣି ସମସ୍ୟା ନେଇ ଲୋକେ କଲେ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମକୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଗସ୍ତ କରି ଲୋକଙ୍କର ବିଭିନ୍ନ ସମସ୍ୟା ଶୁଣିଲେ । ଲୋକଙ୍କ କହିବା ଅନୁଯାୟୀ ପ୍ରବଳ ଖରାରେ ଅଂଚଳରେ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ତଥା ଉଠା ଜଳସେଚନ ଯୋଗେ ହେଉଥିବା ଚାଷ କାର୍ଯ୍ୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଥିଲେ । ସେହିପରି ଅଂଚଳରେ ପିଇବା ପାଣିର ଶୁଭାରମ୍ଭ ଆଜି ପର୍ଯ୍ୟନ୍ତ ହୋଇନଥିବା ଲୋକେ ଅଭିଯୋଗ କରିଥିଲେ । ଲୋକଙ୍କ ସମସ୍ୟା ଶୁଣି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ଏହି ସମସ୍ୟାର ସମାଧାନ ଉପରେ ବିହିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଗସ୍ତ ସମୟରେ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁ, ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ର, ଲଳିତ ପଟେଲ, ବୁବେଲ ଗଉନ୍ତିଆ ଟିକେଶ୍ୱର ସାଏ, ବେଲବାହାଲି ଗଉନ୍ତିଆ ବେଣୁ ସାଏ, ସାରଙ୍ଗଧର ସାଏ, ବସୁଦେବ ନାଏକ, ମନୋଜ ସାଏ, ଜିତୁ ମନହିରା, ପୂର୍ବତନ ସରପଂଚ ସର୍ଜନ ବିଶ୍ୱାଲ, ଦଳିତ ନେତା ହରି ନନ୍ଦ, ଡ. ହୃଦାନନ୍ଦ ଡାଙ୍ଗ, ଘନଶ୍ୟାମ ଦାଶ, ଅଜିତ ଗୁରୁ, ପ୍ରୀୟବନ୍ଧୁ ସାଏ, କମଲ ଦୀପ, ନାରଦ ରଣା, ସକିନ୍ଦ୍ର ପଧାନ, ନୀଳାଂଚଳ ସାଏ, ଭରତ ମନହିରା, କ୍ଷିତିରାଜ ପରୁଆ, ଜଗନ୍ନାଥ ଚନ୍ଦନ, ବିଶେଶ୍ୱର ଚନ୍ଦନ, ରିଙ୍କୁ ବାଗ, ଗଙ୍ଗାଧର ମନହିରା, ଶ୍ୟାମ ସୁନ୍ଦର ସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.