pr

ଶିବତଲାରେ ନୂଆଁଖାଇ ଭେଟଘାଟ

dr. purohit

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପ୍ରାୟ ସମସ୍ତ ଗ୍ରାମ ଗୁଡିକରେ ଏବେ ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ଶିବତଲା ଗ୍ରାମର ରାମଜୀ ଛକର ଯୁବକ ମାନଙ୍କର ମିଳିତ ଉଦ୍ୟମରେ ଦୀର୍ଘ ଅଠର ବର୍ଷ ହେବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରୁଛନ୍ତି । ସେଥିପାଇଁ ଗ୍ରାମରେ ଭାଇଚାରା ସୃଷ୍ଟି ହେବା ସହ ଯୁବକ ଓ ଛାତ୍ରଛାତ୍ରୀ ମାନଙ୍କ ମନବଳ ବଢାଇବା ଓ ନିଜ ସଂସ୍କୃତି ସହ ଯୋଡି ହେବା ଶିଖାଇଥାଏ । ନୂଆଁଖାଇ ଭେଟଘାଟକୁ ଆହୁରି ମନୋରଞ୍ଜନ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଏଠି ହୋଇଥାଏ । ଗାଁର ପ୍ରତିଭା ସମ୍ପନ୍ନ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଯାହାଦ୍ୱାରା ଆହୁରି ପ୍ରତିଭା ନେଇ ଯେମିତି ଆଗକୁ ବଢିବେ
ଯୁବପିଢୀ । ଏହିବର୍ଷର ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ସରପଞ୍ଚ ଶିବତଲା ଶୁଭଶାନ୍ତି ମାଝୀ ମୁଖ୍ୟ ଅତିଥି ଟାଟା ପାୱାର କର୍ମଚାରୀ ସୁରେନ୍ଦ୍ର ସେଠ, ମୁଖ୍ୟବକ୍ତା ଅଧ୍ୟାପକ ପ୍ରମୋଦ ଗଡୁଆ, ଗ୍ରାମ କମିଟୀ ସଭାପତି ଛବିଳ ପୂଜାରୀ, ନୂଆଁଖାଇ ଭେଟଘାଟ ସଭାପତି ଝଂକଟେଶ୍ଵର ବେହେରା, ସଂପାଦକ ରାଘବ ରଣା ଓ ସଂଘ କର୍ମକର୍ତ୍ତା ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହିତ ତାଙ୍କର ବହୁମୂଲ୍ୟ ଦେଇଥିଲେ ।

nrusinghnath
Leave A Reply

Your email address will not be published.