କୁଡ଼ାସିଂହା ମାହେଶ୍ଵରୀ ସଂଗଠନ ମହିଳା ଶାଖାର ପ୍ରୟାସ ଯୋଗୁଁ ପ୍ରଥମ କରି ଭତ୍ତା ପାଇଲେ ନାରାୟଣପୁରର ଉକିଆ ପୁଟା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ସଦର ବ୍ଳକ ଭୂତିଆରବାହାଲ ପଞ୍ଚାୟତ ନାରାୟଣପୁର ଗାଁର ୬୫ବର୍ଷ ବୟସ୍କା ଉକିଆ ପୁଟା ଦିର୍ଘ ୧୫ବର୍ଷରୁ ଅଧିକ ହେଲା ଚାଲିବା ପାଇଁ ଅକ୍ଷମ ହେବା ସହ ଶ୍ରବଣ ତଥା ବାକ୍‌ଶକ୍ତି ହରାଇ ଶଯ୍ୟାଶାଇ ହୋଇପଡ଼ିଥିଲେ । ତାଙ୍କ ସ୍ଵାମୀ ମୂରଲୀ ପୁଟା ସ୍ତ୍ରୀର ସେବାଯତ୍ନ ପାଇଁ ଘରୁ ପାଦ କାଢିବା ଅସମ୍ଭବ ଥିଲା ଏବଂ ପରିବାରଟି ନିତାନ୍ତ ଦୁର୍ଦିନରେ ଥିଲେ । ଗତ ଜୁନ ମାସରେ ମାହେଶ୍ଵରୀ କୁଡାସିଂହା ମହିଳା ଶାଖା ପଞ୍ଚାୟତ ନିର୍ବାହି ଅଧିକରୀଙ୍କୁ ଭେଟି ସମସ୍ତ ତଥ୍ୟ ଦୃଷ୍ଟିକୁ ଆଣି ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ପ୍ରକୃତ ହିତାଧିକରୀ ଏଣୁ ଶିଘ୍ର ଭତ୍ତା କରାଇବାକୁ ଅନୁରୋଧ କରିଥିଲେ । ଆଜି ସେ ପ୍ରଥମ କରି ଭତ୍ତା ପାଇଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢ଼ାଇ, ଭୁତିଆରବାହାଲ ସରପଞ୍ଚଙ୍କ ସହ ମାହେଶ୍ଵରୀ ସଂଗଠନ ପକ୍ଷରୁ ମନୋଜ ଝାଙ୍କର, ପରେଶ ସାହୁ, ଇନ୍ଦିରା ପ୍ରିୟଦର୍ଶନୀ ନାଥ, ଜ୍ୟୋର୍ତିମୟୀ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.