pr

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ପାଇକପଡା ଓ ଚୁଲସର ଦଳ ବିଜୟୀ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଝଲପ ପଂଚାୟତ ସରପଂଚ ରାଜାରାମ ବେହେରା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିବସର ପ୍ରଥମ ରାଉଣ୍ଡରେ ମମିଆଁ ଓ ପାଇକପଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ପାଇକପଡା ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ସିଲଣ୍ଡା ଓ ଚୁଲସର୍‌ ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ଏଥିରେ ଚୁଲସର୍‌ ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ମନୁ ମାଝୀ ସହ ଯୋଗ କରିଥିଲେ । ମମିଆଁ ଗାଁର ବୈବ ମଙ୍ଗରାଜ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟୀର ଛବି ବେହେରା, ଅକ୍ଷ ବେହେରା, ଚିନ୍ତା ବେହେରା, କେଶବ ବେହେରା, ଘାଟୁ ଭୋଇ, ଝସକେତନ ଭୋଇ, ଇଶ୍ୱର ଭୋଇ, ବୁଟୁ ଭୋଇ, ବିରେନ୍‌ ବେହେରା, ମତିରାମ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହ ଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.