ସଇଁନ୍ତଲା କୋସଲ କମିଟି ତରଫରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୁଦୁରାମୁଣ୍ଡା ଗ୍ରାମରେ ମନରେଗା ଯୋଜନା ମାଧ୍ୟମରେ ଏକ ଖେଳ ପଡ଼ିଆ ନିର୍ମାଣ କରିବା ପାଇଁ ଆଜି ସଇଁନ୍ତଲା ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କୋସଲ କମିଟି । ଏହା ସହିତ କୋସଲ କମିଟି ଆଦିବାସୀ ବହୁଳ ଜୁରାବନ୍ଧ ପଞ୍ଚାୟତରେ କିଭଳି ମନରେଗା ଯୋଜନାର ସଫଳ ରୂପାୟନ ହୋଇ ପାରିବ, ସେନେଇ କମିଟି ବିଡ଼ିଓଙ୍କ ସହ ବିସ୍ତୃତ ଆଲୋଚନା କରିଛି ।

ପ୍ରକାଶ ଯୋଗ୍ୟ ଯେ, ସଇଁନ୍ତଲା ଏକ ଆଦିବାସୀ ବହୁଳ ପଛୁଆ ବ୍ଲକ ଭାବେ ବେଶ ଜଣାଶୁଣା । ଏଠାରୁ ଜୁରାବନ୍ଧ ପଞ୍ଚାୟତର ଦୂରତା ପାଖା ପାଖି ୫୦ କି.ମି । ଗୁଦ୍ରାମୁଣ୍ଡା ଗ୍ରାମର ଜନସଂଖ୍ୟା ପ୍ରାୟ ୧୫୦୦ ଥିବାବେଳେ କ୍ରୀଡ଼ାର ବିକାଶ ପାଇଁ ଏଠାରେ କୌଣସି ଭିତ୍ତି ଭୁମି ନାହିଁ । ଏଭଳି ସ୍‌ସ୍ଥଳରେ ଏଠି ମନରେଗା ଯୋଜନାର ସଫଳ ରୁପାୟନ ହୋଇପାରିଲେ ଏ ଅଂଚଳରେ କ୍ରୀଡ଼ା ଭିତ୍ତିଭୁମି ସୁଧୁରିବା ସହ କର୍ମ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି କୋସଲ କମିଟି ଦାବୀପତ୍ରରେ ଦର୍ଶାଇଛି ।

ଆଜିର ଏହି କାର୍ୟ୍ୟକ୍ରମରେ କୋଶଲ ଯୁବ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଅଚ୍ୟୁତ ସିପୁନ ଖମାରୀ, ଜିଲ୍ଲା ସଭାପତି ବନମାଳୀ ନାଏକ, ରୟାଧାର ପୁଟା, କୁଳମଣି ଧରୁଆ, ସୁଧୀର ଧରୁଆ, ନିମାଇଁ ଚରଣ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.