csstore

ବିସ୍ଥାପିତଙ୍କୁ ମିଳି ନାହିଁ ବାସସ୍ଥାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୦୧୭ରେ ଟିଟିଲାଗଡ ସହର ମଧ୍ୟରେ ଥିବା ମହାରାଜ ସାଗରର ଉନ୍ନତିକରଣ କାମ ଆରମ୍ଭ ହୋଇଥିଲା । ମହାରାଜ ସାଗରର ଉନ୍ନତିକରଣ ପାଇଁ ସାଗର ହୁଡ଼ାରେ ଘର କରି ରହୁଥିବା ପରିବାର ମାନଙ୍କୁ ବାସଗୃହ ନିର୍ମାଣ ପାଇଁ ଜମି ଓ ପଟ୍ଟା ଦିଆଯିବ ବୋଲି କହି ବିସ୍ଥାପିତ କରିଦେଇଥିଲା ଟିଟିଲାଗଡ ପ୍ରଶାସନ । ବିସ୍ଥାପିତ ପରିବାର ପ୍ରଶାସନ ଆଗରେ ବାରମ୍ବାର ଅଭିଯୋଗ କରି କେବଳ ପ୍ରତିଶ୍ରୁତି ପାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ପରିବାର ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ରହିବା ପାଇଁ ଘର ଅଛି ନା ଜମି, ପଟ୍ଟା ପାଇଛନ୍ତି । କିଛି ଲୋକଙ୍କ ଭଡା ଘରେ ଜୀବନ ଅତିବାହିତ କରୁଛନ୍ତି । ପର ଘରେ ବାସନ ମାଜି ପରିବାରର ପେଟ ପୋଷଣ କରୁଛନ୍ତି । ନିଜ ଛୁଆ ମାନଙ୍କୁ ପାଠ ପଢ଼ାଇବା ପାଇଁ କିମ୍ବା ଭଲ ଖାଦ୍ୟ ଟିକେ ଦେବା ପାଇଁ ସମର୍ଥ ଥିବା ବେଳେ ଭଡା ଘର ମାଲିକ ମାସ ନ ପୁରୁଣୁ ଭଡାଟଙ୍କା ଆଦାୟ ପାଇଁ ଘର ସାମ୍ନାରେ ଡେରା ଜମାଇଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସେହି ପରି ବିସ୍ଥାପିତ ପରିବାରର ସକୁନ କାଣ୍ଡ, ଦେବକୀ ବେହେରା, ପିଙ୍କି ମାଝି, ମୁଠେ କର, ବିନୋଦ ସାହୁ, ଗୀତାଞ୍ଜଳି ଜେନା, ମଥୁରା ପୋଢ଼ ଆଦି ବିଭିନ୍ନ ପରିବାର ସଦସ୍ୟ । ଉପଜିଲ୍ଲାପାଳଙ୍କ ଠାରୁ ପୁଣିଥରେ ଜମି ପଟ୍ଟା ପାଇବା ନେଇ ପ୍ରତିଶ୍ରୁତି ପାଇ ଫେରି ଯାଇଛନ୍ତି ।

jayashree
Leave A Reply

Your email address will not be published.