csstore

ମୁଖୀଗୁଡାରୁ ଗଡିଲା ଦେବଗଡ଼ ବସ

ଜୟପାଟଣା, (ଶେଷଦେବ ବେହେରା) : ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ବିଗତ ଅଠେଇସ ବର୍ଷ ପରେ ରାଜ୍ୟ ପରିବହନ ନିଗମ ପୁଣି ଥରେ ମୁଖୀ ଗୁଡା ଠାରୁ ଦେବଗଡ଼ ପର୍ଯ୍ୟନ୍ତ ଏକ ବସର ଶୁଭାରମ୍ଭ କରିଥିବାର ସୂଚନା ମିଳିଛି । ଏହି ପ୍ରତ୍ୟହ ସନ୍ଧ୍ୟା ଛଅ ଟାରେ ମୁଖୀ ଗୁଡା ଛାଡ଼ି, ଭବାନୀପାଟଣା, କେସିଙ୍ଗା ଭାୟା ଟିଟିଲାଗଡ ଦେଇ ସୋନପୁର ରାସ୍ତା ଦେଇ ଦେବଗଡ ପର୍ଯ୍ୟନ୍ତ ଯିବ । ଆୟୋଜିତ ଏକ ସମାରୋହରେ ସମାଜସେବୀ ଶେଷଦେବ ବେହେରା, ମୁଖିଗୁଡ଼ା ସରପଞ୍ଚ ଜୟନ୍ତୀ ମହାଳିକ, ଏ ବି ଡି ଓ ବିଶ୍ଵନାଥ ରାଉତ ପ୍ରମୁଖ ସବୁଜ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶ୍ରଫ ଅଲ୍ଲୀ, ଅମଜାଦ ଖାଁ, ମେହେବୁବ ଅଲ୍ଲୀ, ସନ୍ତୋଷ ମହାଳିକ, ଉଆଁଶୁ ବିଶ୍ଵାଳ, ଅବଦୁଲ ଆଜାଦ ସମେତ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବ୍ଲକ ସୁପରଭାଇଜର ଅଞ୍ଜନେୟ ପଣ୍ଡା ଓ ପରିଚାଳନା ନିରୀକ୍ଷକ ରଜନୀକାନ୍ତ ମହାନନ୍ଦ କାର୍ଯ୍ୟକ୍ରରପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.