csstore

ହୃଷିକେଶ ରାୟ ମହାବିଦ୍ୟାଳୟର ୩୭ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ କାମାକ୍ଷା ପ୍ରସାଦ ରଣାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ସଂସ୍କୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ଝାରସୁଗୁଡ଼ା ଜିଲ୍ଲାର ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟା ଶିବପ୍ରିୟା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ହେବାସହ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଜୀବନକୁ ଶୃଙ୍ଖଳିତ ଓ ଉଚିତ ମାର୍ଗ ଦେଖାଇ ଥାଏ ବୋଲି ମତ ରଖିଥିଲେ । ସେହିପରି ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ର କହିଲେ ଯେ, ମହାବିଦ୍ୟାଳୟର ଗୁରୁମାନେ ହେଉଛନ୍ତି ଦ୍ରୋଣଙ୍କ ପରି । ତେଣୁ ତାଙ୍କ ଠାରୁ ଛାତ୍ରଛାତ୍ରୀମାନେ ଉଚିତ ମାର୍ଗଦର୍ଶନ ନେଇ ମହାବିଦ୍ୟାଳୟର ମାନକୁ ବୃଦ୍ଧି କରିଛନ୍ତି । ସଭାପତିତ୍ୱ ଅଭିଭାଷଣରେ ପ୍ରଫେସର ସାହୁ କହିଲେ ଯେ, ମଣିଷ ହେଉଛି ଶକ୍ତିର ଖଣି । ଶକ୍ତିର ସଂଧାନ କଲେ ସେ ପ୍ରତ୍ୟେହଶୀଳ ହୋଇଥାଏ । ପ୍ରତ୍ୟେହର ଅନ୍ୟ ନାମ ପ୍ରତିଭା । ଆମର ମନ ବିଶ୍ୱ ମନ, ଆମର ପ୍ରାଣ ବିଶ୍ୱ ପ୍ରାଣ । ନିଜ ଭିତରେ ଈଶ୍ୱର ଓ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ରହିଛି । ଏକଥା ନଜାଣିବା ଅନ୍ଧକାର, ଜାଣିବା ହେଉଛି ଆଲୋକ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ସତ୍ୟନାରାୟଣ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ, ସର୍ବୋଚ୍ଚ ନମ୍ବର ରଖିଥିବା ଓ ସ୍କାଉଟ ଗାଇଡରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ସୁବାସ ଚନ୍ଦ୍ର ସାମଲ, ହରିଶ୍ଚନ୍ଦ୍ର ମିଶ୍ର, ଚିତ୍ତମୋହନ ମିଶ୍ର, ବିନୋଦ କିଶୋର କାନୁନଗୋ, ଦୀପ୍ତିମୟୀ ମହାପାତ୍ର, ବବିତା ମିଶ୍ର, ବିନୟ କୁମାର ସାହାଣୀ, ରଜନୀକାନ୍ତ ମିଶ୍ର, ସୁପ୍ରଭା ବେହେରା, ଅଜୟ ସୁନ୍ଦରରାୟ, ଶରତଚନ୍ଦ୍ର ପାତ୍ର, ଛାତ୍ର ଲକି, ରାକେଶ, ଆକାଶ, ତନ୍ମୟ, ମାମିନା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ରୂପାଲି ଓ ଅସ୍ମିତା ପ୍ରିୟଦର୍ଶନୀଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.