jsm

ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ବିଜ୍ଞାନ କୋଶଳୀ, ସାହିତ୍ୟ ସୃଜନ, ଚିତ୍ରାଙ୍କନ, କ୍ରୀଡାୟନ ଓ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭିକ କାର୍ଯ୍ୟକ୍ରମ ତଥା ଉଦ୍‌ଘାଟନୀ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଆଦିବାସୀ ସଂଘ ସଭାପତି ମନୋଜ ପାତ୍ର, ସରପଞ୍ଚ ଚକ୍ରଧର ଧଙ୍ଗଡା ମାଝୀ, ସମିତି ସତ୍ୟାନନ୍ଦ ପୁଝାରୀ, ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ, ଚିତ୍ରକର ମୁକୁନ୍ଦ ରେଡ୍ଡୀ, ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ପୁରସ୍କାର ବିତରଣ ତଥା ସାଂସ୍କୃତିକ ସନ୍ଧ୍ୟାରେ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ମାନସ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ନିରବଚ୍ଛିନ୍ନ ସାଧନା ସଫଳତାର ମାପ କାଠି ପାଲଟିଥାଏ ବୋଲି ପ୍ରକାଶ କରିଥିଲେ । ଜୟପାଟଣା ଷ୍ଟେଟ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ପ୍ରଭାକର ଦାସ, କବୟିତ୍ରୀ ମୀନା ମୁଣ୍ଡ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବିଦ୍ୟାଳୟର ସମସ୍ତ ମନ୍ତ୍ରୀ ମଣ୍ଡଳ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.