ଖଟଖଟିଆ ନୂଆପଡ଼ାରେ ଅଛରାଏ ବର୍ଷାରେ ଆଣ୍ଠୁଏ ପାଣି : ଲୋକେ ଡ଼ହକ ବିକଳ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ଗାଁର ନୂଆପଡା ରାସ୍ତାରେ ଅଛରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ହୋଇଯାଉଛି । ଗତ ୬ମାସ ହେବ ଏଲ୍‌ଏନ୍‌ଟି କମ୍ପାନୀ ପାଣି ନିଷ୍କାସନ ପାଇଁ କୌଣସି ବାଟ ନରଖି ଖୋଲିଦେବା ଯୋଗୁଁ ଏବେ ବର୍ଷା ହେବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ଘରକୁ ପଶି ଯାଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତା ଉପରେ ପାଣି ଜମି କୃତ୍ରିମ ବନ୍ଧ ସୃଷ୍ଟି ହେଲାପରି ଭ୍ରମ ସୃଷ୍ଟି ହେଉଛି । ଏହାଯୋଗୁଁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖାଦେଉ ଥିବାବେଳେ ଏନେଇ ଗ୍ରାମପଞ୍ଚାୟତକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜକୁ ୦୬ ମାସ ହେବ ଏଥିପ୍ରତି କେହି କାନ ଦେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ଏବଂ ଆଗାମୀ ଦିନରେ ଏହାର ପ୍ରତିକାର କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗାଁର କେଶବ ଷଡଙ୍ଗୀ, ଲଳିତ ବସ୍ତିଆ, ରମେଶ ନାଏକ, ଚୈତନ୍ୟ ଦେହୁରୀ, ମହେନ୍ଦ୍ର ଦେହୁରୀ, ପ୍ରମୁଖ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

4 × 2 =

error: Content is protected !!