csstore

ଜିଲ୍ଲା କଂଗ୍ରେସ ପକ୍ଷରୁ ତ୍ରିରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣରେ ପରିବର୍ତନ ନେଇ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ସଂରକ୍ଷଣ ତାଲିକାକୁ ବାତିଲ କରି ନୂତନ ତାଲିକା ପ୍ରସ୍ତୁତ କରିବାକୁ ଗତକାଲି ଦାବୀ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଗତକାଲି ଏକ ପ୍ରତିନିଧି ମଣ୍ଡଳୀ ବରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପୋଙ୍କୁ ଏ ସଂକ୍ରାନ୍ତରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବୀ ହେଲା ଯେ ରାଜ୍ୟ ସରକାର ପ୍ରକୃତ ନିୟମାବଳୀକୁ ପାଳନ ନ କରି ରାଜନୈତିକ ଉଦେଶ୍ୟ ସାଧନ ପାଇଁ ନିଜର ଦଳକୁ ନିର୍ବାଚନରେ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କେବଳ ନିଜର ଦଳୀୟ ପ୍ରାର୍ଥୀଙ୍କ ଜିତିବା ନେଇ ଅଙ୍କ କଷି ଏଭଳି କରାଯାଇଛି । ସଂରକ୍ଷଣର ସାମାନ୍ୟ ନିୟମାବଳୀକୁକୁ ମଧ୍ୟ ପାଳନ କରାଯାଇନାହିଁ । ସରକାରୀ ସଂରକ୍ଷଣର ନିର୍ଦ୍ଧାରିତ ପ୍ରତିଶତକୁ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଏହି ସଂରକ୍ଷଣ ତାଲିକାକୁ ରଦ୍ଦ କରି ଠିକ୍ ଠାକ୍ ଭାବରେ ନିର୍ଦ୍ଧାରିତ ସଂରକ୍ଷଣର ପ୍ରତିଶତକୁ ଦେଖି ନୂତନ ଭାବରେ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ଦାବୀ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଦଳୀୟ ନେତା ପ୍ରଦୀପ ଦେବତା, ନିପନ ଦାଶ, ଯୁଗଳ ପ୍ରସାଦ ସିଂ, ସରୋଜ ମହାପତ୍ର, ରବି ପଣ୍ଡା, ପାଣ୍ଡବ କର୍ଣ୍ଣ, ପ୍ରତାପ ନାୟକ, ମନୋହର ପ୍ରଧାନ,ସୁଶିଲ ଭୋଇ, ଅନନ୍ତ ତାଣ୍ଡି, ରଥି କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.