jsm

ମ. ରାମପୁର ରେଞ୍ଜ ତରଫରୁ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

csstore

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ବନାଞ୍ଚଳର ମୋହନଗିରି ସେକ୍ସନ ଅନର୍ଗତ ଟାପରେଞ୍ଜ ବନ ସୁରକ୍ଷା ସମିତି ଠାରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନେକେରା ସରପଞ୍ଚ ଶ୍ରୀମତୀ ରୂପକାନ୍ତି ସୁନା, ମୋହନଗିରି ବନପାଳ ଯଶୋବନ୍ତ ପାତ୍ର, ବନରକ୍ଷୀ ବନବାସ ଶବର, ଏକତା ପରିଷଦ ଟ୍ରଷ୍ଟର ବ୍ଲକ ସଂଯୋଜିକ ପ୍ରମୋଦିନି ବେହେରା, ଗ୍ରାମ୍ୟ ବିକାଶ ସଙ୍ଗଠନ, ନବରଙ୍ଗପୁର ତଥା ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବିକାଶ ଅଧିକାରୀ କୁନୁ ଛାତ୍ରୀଆ, ତଥା ବନ ସୁରକ୍ଷା ସମିତି ସଭାପତି, ଅନିମେଟର ଏବଂ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ବନ୍ୟ ପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କରାଯାଇଥିଲା ।

yuvodaya
Leave A Reply

Your email address will not be published.