jsm

ଭାନପୁର ଠାରେ ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା କମ୍ବଳ ବଣ୍ଟନ

csstore

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଠାରେ ସୋମବାର ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା ଲୋକମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୮୯ ବାଟାଲିଅନ ଅସାମାଜିକ କାର୍ଯ୍ୟକଲାପ ବିରୁଦ୍ଧରେ ଅଭିଯାନ ଚଲାଇବା ସହିତ ଦେଶକୁ ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବାରେ ମଧ୍ୟ ଅମୂଲ୍ୟ ଅବଦାନ ରଖିଛି । ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନିର୍ଦ୍ଦେଶନାରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବୀର ସିଂ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନୀନା ଶର୍ମା ଏବଂ ଯବାନମାନେ ଏହି ଆୟୋଜନରେ ଯୋଗ ଦେଇଥିବା ବେଳେ କମାଣ୍ଡେଣ୍ଟ ଶ୍ରୀ ତିୱାରୀ ଜନସାଧାରଣଙ୍କୁ ସମ୍ବୋଧିତ କରି ପୋଲିସ, ଗ୍ରାମବାସୀ ଏବଂ ସିଆର୍‌ପିଏ୍‌ଫ ମିଳିମିଶି କିପରି ନକ୍ସଲ ଗତିବିଧି ବନ୍ଦ କରିବାକୁ ପଡିବ ତଥା ଆମ ଆଗାମୀ ପିଢ଼ିକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବାକୁ ପଡ଼ିବ ବୋଲି କହିଥିଲେ । ଏହି ଅବସରରେ ଭାନପୁର ପଞ୍ଚାୟତ ସରପଞ୍ଚ ରୀନା ଜାଲ, ମନୋରଞ୍ଜନ ବାରିକ, ଉମାକାନ୍ତ ଖମାରି, ବିଷ୍ଣୁ ପ୍ରସାଦ ମହାଳିଙ୍ଗ ଏବଂ ଆଖ ପାଖ ଅଞ୍ଚଳର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।

yuvodaya
Leave A Reply

Your email address will not be published.