pakka

ତମିଆଁରେ ବନମହୋତ୍ସବ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ଗଛ ମଣିଷ ତ୍ରିଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ସରସ୍ଵତୀ ଶିଶୁ ମନ୍ଦିର, ତମିଆଁ ପରିସରରେ ୭୩ ତମ ବନ ମହୋତ୍ସବ ପାଳନ ହୋଇ ଯାଇଛି । ଭାଇ ଭଉଣୀ, ଗୁରୁଜୀ ଗୁରୁମାଙ୍କ ସହ ବନ ବିଭାଗ ଅଧିକାରୀ ମିଶି ବିଭିନ୍ନ ପ୍ରକାର କାଜୁ, ଛତିଆନା, ବଉଳ, ଚାକୁଣ୍ଡା, ଅଁଳା ଏହି ପ୍ରକାର ବିଭିନ୍ନ ଚାରା ରୋପଣ କରିଥିଲେ । ପାଟଣାଗଡ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି, ଲରମ୍ଭା ଫରେଷ୍ଟର ଜୟକୃଷ୍ଣ ଭୋଇ, ଶ୍ୟାସୁନ୍ଦର ସାହୁ, ନବ ଦାସ, ସୁନ୍ଦରାମ ସାଏ, ଉମା ଭୁଏ, ସନ୍ତୋଷ ରାଉତ, ଅଖଣ୍ଡେଶ୍ୱର ଖମାର ବନ ବିଭାଗର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ମଧ୍ୟରେ ଗଦନ ଭୋଇ, ଆଶିଷ କୁମାର ସାହୁ, ସୁରଥ ମଲ୍ଲିକ, ଅନୁପମା ଗହିର, ମିନସି ପୁରୋହିତ, ବିଜୁଳି ମେହେର, ସୁରେଶ ନାଗ, ଦୟାନିଧି ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ସମ୍ପାଦକ ନବରତ୍ନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × one =