p purohi

ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳମୁଖ୍ୟ ମାନଙ୍କୁ ନେଇ ବୈଠକ

dr. purohit

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବାଲ୍ୟ ବିବାହ ରୋକିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆସିକା ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଅଛି । ଉକ୍ତ ବୈଠକରେ ଆସିକା ଅଞ୍ଚଳର ବିଭିନ୍ନ କୁଳ ସମ୍ପ୍ରଦାୟର ସଂଗଠନର ମୁଖ୍ୟ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ସିଡିପିଓ ଶ୍ରୀମତୀ ଭାରତୀ ମହାପାତ୍ରଙ୍କ ନେତୃତ୍ବ କ୍ରମେ ଅନୁଷ୍ଠିତ ହୋଇଅଛି । ଆସିକା ତହସିଲଦାର ସଦାନନ୍ଦ ସେଠୀ, ବିଡିଓ ରୋଶନ ଶତପଥି, ଚାଇଲ୍ଡ ଲାଇନ ଅଧିକାରୀ ସାଇପ୍ରସାଦ ସାମଲ, ଆସିକା ଥାନା ଏସ. ଆଇ. ଶ୍ରଦ୍ଧାଞ୍ଜଳି ସେନାପତି ପ୍ରମୁଖ ଯୋଗଦେଇ ବାଲ୍ୟବିବାହ ରୋକିବା ନିମନ୍ତେ ସାମୁହିକ ଭାବେ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପସ୍ଥିତ କୁଳ ସଂଗଠନର ମୁଖ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶାସନିକ ସ୍ତରରେ ବାଲ୍ୟବିବାହ ପ୍ରଥାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଥିବା ନେଇ ପ୍ରକାଶ କରିଥିଲେ ଆସିକା ସିଡିପିଓ ଭାରତୀ ମହାପାତ୍ର । ବିଭିନ୍ନ କୁଳ ସଂଗଠନ ମଧ୍ୟରେ ଆଳିଆ ସମାଜ, ଗୋପାଳ ସମାଜ, ବାଣାୟତ ସମାଜ, କାଳିଞ୍ଜି ସମାଜ, ଗୌଡିୟ ସମାଜ, ଓଡିଆ ସମାଜ, ବୈଶ୍ୟ ସମାଜ ପ୍ରମୁଖର ମୁଖିଆ ମାନଙ୍କ ସହ ଆଲୋଚନା କରିଥିଲେ । ପ୍ରମୁଖ କୁଳସମାଜର ମୁଖିଆ ମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.