ଜିଲ୍ଲା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ, ଉଦ୍ଧାର ଦୁଇ ଜଣ ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦାଖଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମର ୨ ଜଣ ୧୮ ବର୍ଷରୁ କମ ବୟସର ଝିଅଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଙ୍ଗନୱାଡି କର୍ମୀ, ଆଶା, ଚାଇଲଡ ହେଲ୍ପ ଲାଇନ, ସରପଞ୍ଚ, ଗାଁ ବିଦ୍ୟାଳୟର ଶିକ୍ଷକ, ସେକ୍ଟର ସୁପରଭାଇଜର, ପୋଲିସ ପ୍ରମୁଖ ନାବାଳିକାଙ୍କ ପରିବାରର ଘରକୁ ଯାଇ କିଶୋରୀ ବାଳିକାମାନଙ୍କୁ ୧୮ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରାମର୍ଶ ଦେଇଥିଲେ । ବାହାଘର ବନ୍ଦ କରିବା ସଂଗେ ସଂଗେ ଉଭୟ ଝିଅଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦାଖଲ କରିଥିଲେ । ବର୍ତ୍ତମାନ ଜିଲ୍ଲାର ସଖୀ ସେଣ୍ଟରରେ ଝିଅ ଦ୍ବୟଙ୍କୁ ଥଇଥାନ କରାଯାଇଛି । ଝିଅ ଦ୍ବୟଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶଦାତା ଏକ୍ସନଏଡ଼ ବୁଝାଇଥିଲେ । ଝିଅ ଦ୍ବୟ ମଧ୍ୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ବୟଙ୍କ ପିତା ମାତା ମଧ୍ୟ ଝିଅମାନଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବେ ଏବଂ ୧୮ ବର୍ଷ ପୂରଣ ହେଲେ ବିବାହ କରାଇବେ ବୋଲି ସହମତି ପ୍ରଦାନ କଲେ ।

Leave A Reply

Your email address will not be published.