ସ୍ୱଚ୍ଛତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ପୌର ପରିଷଦ, ଟିଟିଲାଗଡ଼ ପୌର ପରିଷଦ, ପାଟଣାଗଡ଼ ଏନ୍‌ଏସି, କଂଟାବାଂଜି ଏନ୍‌ଏସି ଓ ତୁଷୁରା ଏନ୍‌ଏସିର ଯେକୌଣସି ନାଗରିକ ସର୍ବ ସାଧାରଣ ସ୍ଥାନର ପରିମଳ ସମ୍ବନ୍ଧୀୟ ପ୍ରସଙ୍ଗ କିମ୍ବା ଫଟୋ ପ୍ରଦତ୍ତ ହ୍ୱାଟ୍‌ସ୍‌ଆପ୍‌ ନମ୍ବରରେ ପ୍ରତିକାର ପାଇଁ ପ୍ରେରଣ କରିପାରିବେ । ବଲାଙ୍ଗିର ପୌର ପରିଷଦ ପାଇଁ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ୭୮୪୯୦୪୪୯୧୩, ଟିଟିଲାଗଡ଼ ପୌର ପରିଷଦ ପାଇଁ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ୯୪୩୯୦୦୦୦୧୫, ପାଟଣାଗଡ଼ ଏନ୍‌ଏସି ପାଇଁ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ୯୭୭୮୭୦୫୨୪୧, କଂଟାବାଂଜି ଏନ୍‌ଏସି ପାଇଁ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ୭୯୭୮୬୪୩୯୫୫ ଓ ତୁଷୁରା ଏନ୍‌ଏସି ପାଇଁ ହ୍ୱାଟ୍‌ସ୍‌ଆପ୍‌ ନମ୍ବର୮୦୧୮୧୭୦୪୩୫ ପ୍ରଦାନ କରାଯାଇଛି । ସମସ୍ତଙ୍କୁ ସେମାନଙ୍କ ଆଖପାଖକୁ ସଫା ରଖିବା ପାଇଁ ଏବଂ ସଠିକ୍‌ ବର୍ଜ୍ୟବସ୍ତୁ ପୃଥକୀକରଣ ଅଭ୍ୟାସ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏହି ନିଆରା ପଦକ୍ଷେପ ସ୍ୱଚ୍ଛତା ପାଇଁ ଏକ ବିଶେଷ ପଦକ୍ଷେପ ହେବା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.