oom

ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ବଲାଙ୍ଗିର ବନ୍ଦ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ନଦାତା କୃଷକମାନଙ୍କର ବନ୍ଦ ଡାକରାକୁ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି । ସକାଳୁ ସ୍ଥାନୀୟ ରାମ ମନ୍ଦିରଠାରୁ ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ବାଇକ ରାଲି ବାହାରି ଦୋକାନୀମାନଙ୍କୁ ଓ ସାଧାରଣ ଜନତାଙ୍କୁ ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରାଯାଇଥିଲା । ଶେଷରେ ସ୍ଥାନୀୟ କଚେରୀ ଛକଠାରେ ଏକତ୍ରିତ ହୋଇ ବକ୍ତାମାନେ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ବର୍ଷର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ସ୍ୱାମୀନାଥ କମିଟିଙ୍କ ସୁପାରିଶ ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଏନ୍‌.ଏସ୍‌.ପିକୁ ଆଇନଗତ ଗ୍ୟାରେଣ୍ଟି ପ୍ରଭୁତି ପ୍ରମୁଖ ଦାବିନେଇ ଗତ ଫେବୃୟାରୀ ୧୩ ତାରିଖଠାରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦିଲ୍ଲୀ ଚଲୋ ଅଭିଯାନ ଜାରି ରହିଛି । କିନ୍ତୁ କ୍ଷୋଭ ଓ ଦୁର୍ଭାଗ୍ୟ ବିଷୟ ସରକାର ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି । ଆନ୍ଦୋଳନରତ ଚାଷୀଙ୍କ ସ୍ୱରକୁ ଚପାଇ ଦେବା ପାଇଁ ପୋଲିସ ଦ୍ୱାରା ଅକଥନୀୟ ଭାବେ ରବର ବୁଲେଟ ମାଡ, ଡ୍ରୋନରୁ ଲୁହବୁହା ଗ୍ୟାସ ଓ ପାଣିମାଡ ପ୍ରଭୃତି କରାଯାଉଛି । ତେଣୁ ଏହା ବିରୁଦ୍ଧରେ ଫେବୃଆରୀ ୧୬ ତାରିଖ ଦିନ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ହରତାଲ କରାଯାଇଛି । ଜିଲ୍ଲା କିଷାନ କଂଗ୍ରେସ କମିଟି ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ କାର୍ଯ୍ୟକ୍ରମରେ ଚାଷୀ ନେତା ସରୋଜ ରଥ, ଗଗନ ନାଥ, ଲଳିତ ପଟେଲ, ହିମାଂଶୁ ନନ୍ଦ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଛାତ୍ର କଂଗ୍ରେସ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.