ls

ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର ବୈଠକ ଅନୁଷ୍ଠିତ

2020

ଲୋଇସିଂହା, (କେପିଏନ୍‌ଏସ୍‌) : ରବିବାର ସନ୍ଧ୍ୟା ୫ ଟା ସମୟରେ ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର କାର୍ୟ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେବାପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଆଜିର ସଭାକୁ ବରିଷ୍ଠ ସଦସ୍ୟ ବାବା କମଳ ଦାସଙ୍କ ସଭାପତି‌ତ୍ୱରେ ଆରମ୍ଭ କରାଗଲା । ପୂର୍ବ ସଭାର (୨୧/୨/୨୦୨୧) ସଂକଳ୍ପ ଉପରେ ସମସ୍ତ ସଦସ୍ୟ ମତ ଉପସ୍ଥାପନ କରିଥିଲେ । ନୂତନ ସଭାପତି ବିନା କମିଟିର ଦୈନନ୍ଦିନ କାର୍ୟ୍ୟ ନିର୍ବାହ କରିବା ଅସମ୍ଭବ ହେତୁ ନୂତନ ସଭାପତି ଚୟନ କରିବାକୁ ନିଷ୍ପତ୍ତି ନିଆଗଲା । ପୂର୍ବ ସଭା ୨୧/୨/୨୦୨୧ ନିଷ୍ପତି ଓ ଆଲୋଚନା ଅନୁଯାୟୀ ସଭାପତି ପଦ ପାଇଁ ବଲାଙ୍ଗିର ଜିଲ୍ଲା ଓକିଲସଂଘର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସଂଗଠକ ଶଶିଭୂଷଣ ପୁରୋହିତଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଥିଲା । ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ପ୍ରସ୍ତାବ ଓ କୋଷାଧ୍ୟକ୍ଷ ବୈବସ୍ଵତ ବିଶ୍ଵାଳଙ୍କ ସମର୍ଥନ କ୍ରମେ ଏବଂ ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତିରେ ତାଙ୍କୁ ସଭାପତି ଭାବରେ ଚୟନ କରାଗଲା ।

Leave A Reply

Your email address will not be published.