csstore

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଆଜି ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣ ଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ବର୍ଷ ୨୦୨୦ ଖରିଫ ଫସଲ ଧାନର ସରକାରୀ କିଣାବିକା ଅବହେଳାକୁ ନେଇ ଏକ ଜରୁରୀ ବୈଠକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଚାନିଧି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଚଳିତ ଧାନ କିଣାବିକା ଘୋର ଅବ୍ୟବସ୍ଥା ଦେଇ ଗତି କରୁଛିଫ ମାଟି କାଦୁଅରେ ଘାଣ୍ଟ ହୋଇ କଷ୍ଟ ଉପାର୍ଜିତ ଧାନକୁ ବିକିବା ପାଇଁ ଚାଷୀ ମଣ୍ତିକୁ ଧାନ ଆଣି ଗଦା କରିଛି । ବସ୍ତା ଗୁଡାକ ଶୀତ କାକରରେ ପଡି ଫାଟି ଯାଉଛି । ଅନେକ ମଣ୍ତିରେ ଧାନ ଗୋରୁ ଖାଉଛନ୍ତି । ଟୋକନ ବ୍ୟବସ୍ଥାରେ ଘାଣ୍ଟି ହୋଇ ଟୋକନ ହୋଇ ଗଲାଣି । ଏଥି ମଧ୍ୟରେ ଅନେକ ରାସ୍ତାରୋକ ବଂ ଆନ୍ଦୋଳନ ହେଲାଣି ଗତ ୨୫ ଜାନୁଆରୀ ବୋଡାସମ୍ବର କୃଷକ ସଙ୍ଗଠନର ଡାକରାରେ କନସିଂହା ଠାରେ ରାସ୍ତାରୋକରେ ଉପ ଜିଲ୍ଲାପାଳ ପଦ୍ମପୁର ୧୦ ଦିନ ଭିତରେ ସମସ୍ୟାର ସମାଧାନ କରି ସମସ୍ତ ଧାନ ଉଠାଇବାର ପ୍ରତିଶୃତି ଫେଲ ମିଳିଛି । ତେଣୁ ଅସନ୍ତୁଷ୍ଟ ଚାଷୀକୂଳ ଆସନ୍ତା ୧୧ ତାରିଖ ଦିନ ଶହ ଶହ ବସ୍ତା ଧାନ ଟ୍ରାକ୍ଟରରେ ଆଣି ଉପ ଜିଲ୍ଲାପାଳଙ୍କ ଭିତରେ ପୁରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଆବାହକ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.