ppurohit

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବରିଷ୍ଠ ନାଗରିକ ମଂଚର ଏକ କାର୍ଯ୍ୟକାରିଣୀ ବୈଠକ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ନୂତନ ଭାବେ ମନୋନିତ ହୋଇଥିବା ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ସଭାପତି ଅଭିବାଦନ ଜଣାଇଥିଲେ ଓ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂପାଦକ ମନୋରଂଜନ ମିଶ୍ର ସଭାରେ ଆଲୋଚନା ହେବାକୁ ଥିବା ବିଷୟରେ ସୂଚନା ଦେଇଥିଲେ । ଆଲୋଚନାର ମୁଖ୍ୟାଂଶ ଗୁଡିକ ହେଲା ୧୨ ତାରିଖରେ ହେବାକୁ ଥିବା ବାର୍ଷିକ ବଣଭୋଜି, ବାର୍ଷିକ ଭ୍ରମଣ କାର୍ଯ୍ୟକ୍ରମ, ବାର୍ଷିକ ମାଂଚର ସଭ୍ୟ ଚାନ୍ଦା ଗ୍ରହଣ, ଆଜିବନ ସଭ୍ୟ ଗ୍ରହଣ, ଅଫିସ ଗୃହ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ, ସ୍ଥାୟୀ ଅଫିସ ଗୃହ ନିର୍ମାଣ ନିମନ୍ତେ ତହସିଲଦାରଙ୍କୁ ଅନୁରୋଧ, କାର୍ଯ୍ୟକାରୀ ସଭ୍ୟମାନଙ୍କୁ ନେଇ ଗୃପ ଅର୍ଗାନାଇଜର ନିଯୁକ୍ତି ଇତ୍ୟାଦି । ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇ ସମସ୍ତ ସଭ୍ୟ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ ପ୍ରଫୁଲ୍ଲ କୁମାର ସାହୁ, ଉପସଭାପତି ବିରଂଚି ହୋତା, ଉପସଭାପତି ଅଶୋକ ଚାନ୍ଦ, ଅଫିସ ସଂପାଦକ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ସୁନିଲ ଚନ୍ଦ୍ର ବିଶ୍ୱାଲ, ଅତିରିକ୍ତ ସାଧାରଣ ସଂପାଦକ ଚୁଡେନ୍ଦ୍ର ବେହେରା, ନିଲାଞ୍ଚଳ ଚିରଗୁନ, ଯୁଗ୍ମ ସଂପାଦକ ବାସୁଦେବ ମେହେର ଓ ଧନଞ୍ଜୟ ମିଶ୍ର, ଉପଦେଷ୍ଟା ବିନୟ କୁମାର ମିଶ୍ର, ସଂଗଠକ ସଂପାଦକ ଅଶୋକ କୁମାର ମିଶ୍ର, ଆର୍ତତ୍ରାଣ ମିଶ୍ର, ସୁସିଲ ଚୋପଦାର, ଗଜେନ୍ଦ୍ର ତ୍ରିଭୁବନ ଦାଶ, ମଲିଆ ଗଡୁଆ, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରମୋଦ ଗୁରୁ, ଗୋପାଳକୃଷ୍ଣ ମିଶ୍ର ଓ ନବୀନ ନନ୍ଦ କାର୍ଯ୍ୟକାରୀ ସଭ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ନିଳାଂଚଳ ଚିରଗୁନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ତତ୍‌ ପରେ ସଭାପତି ପ୍ରଭାକର ମିଶ୍ର ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.