csstore

ବଲାଙ୍ଗିର ଜିଲ୍ଲା ହକିସଂଘର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ହକିସଂଘର ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଏବଂ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍‌ ସଂଘର ସମ୍ପାଦିକା ସୁଶ୍ରୀ ଆନନ୍ଦିନୀ ଦର୍ଜୀଙ୍କ ଆବାହକତ୍ୱରେ ତଥା ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ଏ.ବି.ଏସ୍‌.ଏସ୍‌ କ୍ଲବ, ବଲାଙ୍ଗିରଠାରେ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ସଭାପତିୟ ଅଭିଭାଷଣ ପରେ ସଂପାଦିକା ସୁଶ୍ରୀ ଦର୍ଜୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଗାମୀ ଦିନରେ ଏକ ଶକ୍ତିଶାଳୀ ହକି ଦଳ ଗଢିବା ପାଇଁ ତାଲିମ ଶିବିର ଆୟୋଜନ କରାଯାଇ ଖେଳାଳୀ ଚୟନ ପାଇଁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଜିଲ୍ଲାର ଉତ୍ସାହି ହକି ଖେଳାଳୀଙ୍କୁ ଛାତ୍ର ହୁଅନ୍ତୁ ଅବା ଅଣଛାତ୍ର ସମସ୍ତଙ୍କୁ ସଂଘରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିଲା । ଆଜିର ବୈଠକରେ ଉପସ୍ଥିତ ଥିବା ଅନେକ ହକି ଖେଳାଳୀ ସେମାନଙ୍କ ନିଜସ୍ୱ ମତ ଉପସ୍ଥାପନ କରିଥିଲେ ଏବଂ ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ସଂଘ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ଓ କୋଚିଂ କ୍ୟାମ୍ପ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏକ ବଜେଟ ପ୍ରସ୍ତୁତ କରାଯାଇଛି । ଖେଳାଳୀମାନଙ୍କୁ ଏକଜୁଟ କରିବା ପାଇଁ ଏବଂ ଉତ୍ସାହିତ କରିବା ପାଇଁ ଏକ ବଣଭୋଜିର ଆୟୋଜନ କରିବାକୁ ସଭ୍ୟମାନେ ମତାମତ ରଖିଥିଲେ । ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରୁ ଜୟରାମ ମିଶ୍ର, ସୁରେଶ ଚନ୍ଦ୍ର ପରିଚ୍ଛା, ଶତୃଘ୍ନ ସିଂ, ପଦ୍ମଚରଣ ଆଚାର୍ଯ୍ୟ, ଦୁର୍ବାଦଳ ମହାକୁର, ବିମଳ ଚୋପଦାର ପ୍ରମୁଖ ସଂଗଠନକୁ ମଜ୍‌ବୁତ କରିବା ଉପରେ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସଭ୍ୟ ଦ୍ୱାରିକାନାଥ ପଟେଲ, କୋଷାଧ୍ୟକ୍ଷ ସୁକାନ୍ତ ପୁରୋହିତ, ସଭ୍ୟ ସୁଧାଂଶୁ ପାତ୍ର, ନିଳମଣି ପଟେଲ, ନବକୃଷ୍ଣ ପଟେଲ, ମହେଶ୍ୱର ମହାକୁର, ସୋମ୍ୟ ରଂଜନ ନାଏକ, ସୋମ୍ୟ ରଂଜନ କବାଟ୍‌, ରଶ୍ମିରାଜ ଭଞ୍ଜ, ରୋନାଜିନ୍‌ ପଟେଲ, ଗୋପବନ୍ଧୁ ଶତପଥୀ, ଲୋକନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.