mahavir

ଘରୋଇ ଆଇ.ଟି.ଆଇ ସଙ୍ଘରେ ଜରୁରୀ କାଳୀନ ବୈଠକ

କଟକ, (କେପିଏନ୍‌ଏସ୍‌) : କଟକ ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଷ୍ଟେଟ ପ୍ରାଇଭେଟ ଆଇ.ଟି.ଆଇ ଏସୋସେସନ (ସ୍ପିଟିଆ) ଓଡିଶାର ଏକ ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡ. ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ମିଲନ ମହାପାତ୍ର, ଉପ-ସଭାପତି ତ୍ରିଲୋଚନ ରାୟ, ଦିଲୀପ ମହାଭୋଇ, କୋଷାଧ୍ୟକ୍ଷ ଆତିଶ କୁମାର ରାଉତ ମଞ୍ଚାସିନ ଥିଲେ । ମୁଖ୍ୟତଃ ଏହି ବୈଠକରେ ଏନ୍‌ଆଇଏମ୍‌ଏସ୍‌ ଓ ଏସଆଇଡିଏଚ୍‌ ପୋଟାଲକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ ହୋଇଥିଲା ଏବଂ ତୃତୀୟ ସିଫ୍ଟକୁ ଅନୁମୋଦନ କରିବା ପାଇଁ ଦାବି କରାଯାଇଥିଲା । ସଭା ପରେ ସଭାପତିଙ୍କ ନେତୃତ୍ୱରେ ଶତାଧିକ ଆଇ.ଟି.ଆଇ. ସଙ୍ଘର ସଦସ୍ୟସଦସ୍ୟା କଟକ ସ୍ଥିତ ଡାଇରେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ କାର୍ଯ୍ୟକାରୀ ନ ହେଲେ ବା ଦାବି ପୂରଣ ନହେଲେ ମାନ୍ୟବର ହାଇକୋର୍ଟଙ୍କର ଦ୍ୱାରସ୍ତ ହେବା ପାଇଁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବୈଠକରେ ନିର୍ବାଚନ ଅଧିକାରୀ ଜୟନ୍ତ ବିଶ୍ୱାଳ, ପୂର୍ବତନ ସଭାପତି ତାରା ପ୍ରସନ୍ନ ଶତପଥୀ, ଶ୍ରୀନିବାସ ସୁବୁଦ୍ଧି, ଆଇନ ପରାମର୍ଶ ଦାତା ସଞ୍ଜୟ କୁମାର ଦାଶ, ବଲାଙ୍ଗିର ଜୋନରେ ଜୋନାଲ ସେକ୍ରେଟାରୀ ପ୍ରଦୀପ୍ତ କୁମାର ମିଶ୍ର, ସମ୍ବଲପୁର ଜୋନର ଡ. ବିରେନ ପାଢ଼ୀ, ସ୍ୱାଧୀନ ନାୟକ, ବିଶ୍ୱଜିତ ପଣ୍ଡା, ନିଶିକାନ୍ତ ସେଠି, ଆଲୋକ ପତି, ଗଣେଶ ବିଶ୍ୱାଳ, ବିଶ୍ୱନାଥ ଦାଶ, ବିଶ୍ୱଜିତ ବାରିକ ସମସ୍ତ ଜୋନର ଜୋନାଲ ସେକ୍ରେଟାରୀଙ୍କ ସମେତ ଅନେକ ଶତାଧିକ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.