pakka

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

bbehera
  • ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ଗହଳିପୂର୍ଣ୍ଣ ଛକ ଓ ରାସ୍ତାରୁ ଜବର ଦଖଲକୁ ହଟାଇବା ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତକାଲି ତା.୨୭.୦୨.୨୦୨୪ ରିଖ ମଧ୍ୟାହ୍ନ ୦୩. ୩୦ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମିତିର ମାସିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର ନାୟକ ଓ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ନିମନ୍ତେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନ୍‌.ଏଚ୍‌ ବିଭାଗ ଅଧୀନରେ ଥିବା ରାସ୍ତା ଉପରେ ଅବସ୍ଥିତ ଥିବା ବୃକ୍ଷମାନଙ୍କରେ ତୁରନ୍ତ ରେଡିଅମ୍ ରିଫ୍ଲେକ୍ଟର ଲଗାଇବା, ମୁଖ୍ୟ ଛକମାନଙ୍କରେ ରମ୍ବଳର ପାଇଁ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, ବଲାଙ୍ଗିରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ସହରର ବୁଢ଼ାରଜା ଛକ ଓ ବ୍ଲକ ଛକରେ ଟ୍ରାଫିକ ବ୍ୟବସ୍ଥା ସହ ଟ୍ରାଫିକ ଉନ୍ନତି କରଣର ବ୍ୟବସ୍ଥା ପାଇଁ ଆର୍ ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀଙ୍କୁ ତଥା ବ୍ଲକ ଛକରୁ କୁଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତାରେ ଆଲୋକିକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଇ.ଓ ମ୍ୟୁନିସିପାଲଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରୋଡ ସେଫ୍ଟି କମିଟି ବୈଠକରେ ରାଜ୍ୟ ରାଜପଥକୁ ଲାଗିଥିବା ବିଦ୍ୟାଳୟମାନଙ୍କୁ ସଡ଼କ ସୁରକ୍ଷା ବାବଦରେ ଅବଗତ କରିବା ସହ ସୁରକ୍ଷା ସାଇନେଜ ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସହରର ମଧ୍ୟ ଭାଗରେ ଥିବା ନଳିନୀ ଛକ, ଷ୍ଟେଟ ବ୍ୟାଙ୍କ ରୋଡ, ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରୋଡ ପାଖରେ ସୋନପୁର ପୌର ନିର୍ବାହୀ ଅଧିକାରୀ ପାର୍କିଂ ବ୍ୟବସ୍ଥା କରିବା ପାଇଁ ପୂର୍ବ ପ୍ରସ୍ତାବ ହୋଇଥିଲେ ସୁଦ୍ଧା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ବୈଠକରେ ସଭ୍ୟ ସଭ୍ୟା କ୍ଷୋଭ ପ୍ରକାଶ କରିଥିଲେ । ବ୍ଲକ୍ ଛକରୁ ଝୀଙ୍କି ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ପାଇଁ ଏନ୍‌ଏଚ୍‌ ଅଧିକାରୀଙ୍କୁ କହିଥିଲେ । ଏବେ ନୂତନ ହସ୍ପିଟାଲ ଆରମ୍ଭ ହୋଇଥିବାରୁ ବୁଢ଼ାରଜା ଛକ ସଂଲଗ୍ନ ଉଠା ଦୋକାନ ତତ୍ ସଙ୍ଗେ ସଙ୍ଗେ ସହରର ପ୍ରମୁଖ ଛକରେ ଗଢି ଉଠିଥିବା ବେଆଇନ୍ ଜବର୍ ଦଖଲ କରୀଙ୍କୁ ଟ୍ରାଫିକ ସମସ୍ୟା ଦୂରୀକରଣ ପାଇଁ ଅତିଶିଘ୍ର ହଟେଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ତଥା ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ବିଷୟରେ ଅଧିକ ସଚେତନ କରିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ନେଇ ଏକ ସଚେତନତା ବୈଠକ କରିବାକୁ ବୈଠକରେ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପରିଶେଷରେ ହେଲ୍‌ମେଟ୍‌ ପରିଧାନ ନକରି ଗାଡି ନଚଲେଇବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ କଡ଼ାକଡ଼ି ଚେକିଙ୍ଗ୍‌ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି ।

jay balangir
Leave A Reply

Your email address will not be published.

20 − seven =