
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର (ସାଧାରଣ) ଡ. ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ଭାବେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେକ୍ଟର ଅଧିକାରୀ, ପୋଲିଂ ଅଧିକାରୀ ତଥା ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନେଇ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ଟ୍ରେନିଂ ସହ ବୁଥ୍ ଗୁଡିକର ସ୍ଥିତି ଓ ପରିବହନ ବ୍ୟବସ୍ଥା, ଜରୁରୀକାଳୀନ ଭିତ୍ତି ଭାବେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନର ସମସ୍ତ ନିର୍ବାହ କାର୍ଯ୍ୟଗୁଡିକ ଯଥା ଶୀଘ୍ର ସମାପନ କରିବା ପାଇଁ କହିଥିଲେ । ଏହି ବୈଠକରେ ପିଡି, ଡୁଡା, ପ୍ରଫୁଲ୍ଲ କୁଜର, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବଲାଙ୍ଗିର ତାରିଣୀ ସୁନା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଦନଜିତ ହୋତା, ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି, ଜେସିସିଟି ଆଣ୍ଡ ଜିଏସ୍ଟି ଫକିର ମୋହନ ଶତପଥୀ, ଏସି, ନିର୍ବାଚନ ଫାଲଗୁଣୀ ଶବର, ସହକାରୀ ଜିଲ୍ଲାପାଳ ସୋନିୟାଶ୍ରୀ ମଲ୍ଲିକ, ଘନଶ୍ୟାମ ମୁଣ୍ଡ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଟିଟିଲାଗଡ଼ ରାଜେନ୍ଦ୍ର ମାଝି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର, ଟିଟିଲାଗଡ଼ ପ୍ରମୁଖ ଯୋଗକରିଥିଲେ ।