mahavir

ଛଉ ନୃତ୍ୟ ତାଳେ ତାଳେ ରାବଣ ବଧ

  • ସୀତାଙ୍କ ଅଗ୍ନି ପରିକ୍ଷା, ଅଯୋଧ୍ୟା ଆଗମନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଜଗନ୍ନାଥ ପଡାରେ ସର୍ବ ପୁରାତନ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ମହୋତ୍ସବ ଶେଷ ପର୍ଯ୍ୟାୟରେ ଆୟୋଜିତ ହୋଇଯାଇଥିବା ବେଳେ ରାମ ନବମୀରୁ ସହର ପରିକ୍ରମା କରି ବିଭିନ୍ନ ବେଶ, ପୋଷାକରେ ଶୋଭାଯାତ୍ରାରେ ବେଶ୍‌ ଶୋଭା ପାଇଥିଲା । ବୈଶ୍ୟ ସଦାଶିବ ରଚିତ ରାମଲିଳା ମହୋତ୍ସବ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ପଠନ କରାହୋଇଥିଲା । ରାମଲୀଳା ମହୋତ୍ସବ ଯାହା କି ସର୍ବ ପୁରାତନ ପାଟଣା ଶାସନ ସମୟର କାଠର ମୁଖା, ଅଭିନୟ, ବେଶ ପୋଷାକ ଆଜିବି ପରଂପରା ବଂଚିଛି । ତାଡକା ବଧ, ସୀତାଙ୍କ ସ୍ୱୟମ୍ବର, ସୀତା ବିବାହ, ବନ ଗମନ, ଜଟାୟୁ ମରଣ, ସୁର୍ପଣଖା ନାସା ଛେଦନ, ସୀତା ଚୋରୀ, ହନୁମାନ ଭେଟ, ବାଳି ବଧ, ସୀତା ଠାବ, ଲଙ୍କା ପୋଡି, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ରାବଣ ବଧ, ଛଉ ନୃତ୍ୟ ତାଳେ ତାଳେ ବେଶ ଲୋକଙ୍କୁ ମନ ଛୁଇଁଥିଲା । ସ୍ଥାନୀୟ କଳାକାର ଯୁବ ପିଢିଙ୍କୁ ନେଇ ଉତ୍ସବ ଆୟୋଜିତ ହୋଇଥିଲା । ରାତିରେ କଳାକାରମାନେ ମୁହଁରେ ରଙ୍ଗ ଲଗାଇ ବେଶ ପୋଷାକ ମୁଖାରେ ୧୫୦ ବର୍ଷର ପରମ୍ପରା ବଂଚି ରହିଛି । ଐତିହ୍ୟ ପରଂପରା ଓ କଳା ସଂସ୍କୃତିକୁ ପୁନଃର୍ଜୀବିତ ହୋଇ ରାମଲୀଳା ମହୋତ୍ସବର ଶେଷ ପର୍ଯ୍ୟାୟରେ ଆୟୋଜିତ ହୋଇଛି । ଡା. ରୁଦ୍ର ନାରାୟଣ ପଟେଲ ରାବଣ ଭୂମିକାରେ ଦର୍ଶକଙ୍କୁ ବେଶ ମନ ଛୁଇଁଥିଲେ । ନୃତ୍ୟ ଗୀତରେ ବେଶ ପ୍ରଶଂସା ପାଇଥିଲେ । ଆଉ ଦିନକ ପରେ ରାମଙ୍କ ରାଜ୍ୟାଭିଷେକ ପରେ ସମାପନ ହେବ । ରାମଜୀ ନାଟକ ସଂସଦର କଳାକାର ସହ ବୁଦ୍ଧିଜୀବୀମାନଙ୍କୁ ସମ୍ବର୍ଦ୍ଧନା ସହ ଉଦ୍‌ଯାପିତ ହେବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.