ବ୍ଲୁଜୁମ କନସେପ୍ଟ ସ୍କୁଲର ବିଜ୍ଞାନ ଓ କଳାର ପ୍ରଦର୍ଶନୀ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ, ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢିତୋଳି ଥାଏ । ମଣିଷର ଉନ୍ନତିରେ ଏଇ ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଆଭିମୁଖ୍ୟ ନେଇ ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବ୍ଲୁଜୁମ କନ୍‌ସେପ୍ଟ ସ୍କୁଲର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ କଳାର ପ୍ରଦର୍ଶନୀ ଉତ୍ସବର ଆୟୋଜନ ଆଜି କରିଥିଲେ । ଉତ୍ସବରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ମାନ ପ୍ରସ୍ତୁତ କରି ତାକୁ ପ୍ରଦର୍ଶିତ କରିଥିଲେ । ଅନୁଷ୍ଠାନର ପ୍ରାୟତଃ ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରି ତାକୁ ପ୍ରଦର୍ଶିତ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଉତ୍ସବର ଉଦ୍‌ଘାଟନ କରିଥିଲେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନା କରିଥିଲେ । ଉତ୍ସବରେ ବିଚାରକ ଭାବରେ (ଜେଆଇଟିଏମ) ସିଏଚଏସଇର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ ଏବଂ ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ମନୋବୃତ୍ତି ବିଶିଷ୍ଟ ହେବା ପାଇଁ ଏବଂ କଳା ପାଇଁ ସବୁବେଳେ ଅନୁସନ୍ଧିସ୍ତୁ ହେବା ପାଇଁ ଉଦବୋଧନ ଦେଇଥିଲେ । ପ୍ରଦର୍ଶନୀର କୃତି ପ୍ରତିଯୋଗୀମାନଙ୍କର ନାମ ବା ଫଳାଫଳ ଆଗାମୀ ଶିଶୁ ଦିବସ ବା ସେହି ଦିନର ବାର୍ଷିକ ଉତ୍ସବ ଦିନ ଘୋଷଣା କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ ଘୋଷଣା କରିଥିଲେ । ଉତ୍ସବରେ ଅଭିଭାବକ ଓ ଅଭିଭାବିକାମାନେ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉତ୍ସାହକୁ ବୃଦ୍ଧି କରିଥିଲେ । ଛାତ୍ରଛାତ୍ରୀମାନଙ୍କର ଅଭିନବ ବିଜ୍ଞାନ ପ୍ରକଳ୍ପ ଓ ସୁକ୍ଷ୍ମ କଳାକୃତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସମସ୍ତେ ଛାତ୍ରଛାତ୍ରୀଙ୍କର ଏଭଳି ପ୍ରୟାସର ଭୁରି ଭୁରି ପ୍ରଶଂସା କରିଥିଲେ । ବାସ୍ତବରେ ବିଜ୍ଞାନ ଓ କଳାର ଏହି ଅଦ୍ଭୁତ ଓ ଚମତ୍କାର ପ୍ରକଳ୍ପ ଗୁଡିକ ଆଜି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଯେଉଁଥି ପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି । ବାସ୍ତବରେ ଅନୁଷ୍ଠାନର ଏହି ଅଭିନ । ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

Leave A Reply

Your email address will not be published.

seventeen − 15 =