csstore

ଆଶୁକବି ହେମନ୍ତ ଦାଶ ପାଇଲେ ରାଜ୍ୟସ୍ତରୀୟ ଚିନ୍ମୟ ସାରସ୍ଵତ ସମ୍ମାନ -୨୦୨୪

ତୁଷୁରା, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରାର ନିଷାନ୍‌ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ଶ୍ରେଷ୍ଠ ସାରସ୍ଵତ ସାଧନା ପାଇଁ ପାଇଲେ ଚଳିତ ବର୍ଷର ଚିନ୍ମୟ ସାରସ୍ଵତ ସମ୍ମାନ-୨୦୨୪ । ଉକ୍ତ ସମାରୋହରେ ଓଡିଶାର ବିଶିଷ୍ଟ କବି, ରାଜନୈତିଜ୍ଞ ତଥା ସନ୍ଥ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାଶଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ମନସ୍ଵିନୀର ମୁଖ୍ୟ ସଂପାଦକ କବି ସାରଥୀ ଡ. ଗିରିଜା ଶଙ୍କର, ଶ୍ରୀଚନ୍ଦନ ମହାପାତ୍ର ମଞ୍ଚାସିନ ଥିଲେ । ଏ ଖବର ପ୍ରସାରିତ ହେବାପରେ ଶ୍ରୀ ଦାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.