pakka

ମଦନପୁରରେ ମହାଲଷ୍ମୀ ପୂଜା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ମହାଲଷ୍ମୀ ପୂଜା କମିଟି ଦ୍ୱାରା ୨୫ ବର୍ଷ ହେବ ମାର୍ଗଶିର ମାସରେ ମା’ ଲଷ୍ମୀଙ୍କ ପୂଜାର୍ଚନା ପାଳନ କରିଆସୁଛନ୍ତି । ଏହି ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ରାହୁଲ ନଦୀ ପାଟଖଣ୍ଡା ଘାଟରୁ ଶତାଧିକ ମହିଳା ଓ ପୁରୁଷ ମାନେ ନାମ ସଂକୀର୍ତ୍ତନ କରି କଳସ ଯାତ୍ରାରେ ବାହାରି ପ୍ରହରୀ ମଣ୍ଡପକୁ ଆସି କଳସ ସ୍ଥାପନ କରିଥିଲେ । ଗୁରୁବାର ଦିନ ନାମ ସଂକୀର୍ତ୍ତନ ଆରମ୍ଭ କରି ଶୁକ୍ରବାର ଆଜି ଶେଷ ହୋଇଥିଲା । ଲଷ୍ମୀ ପୂଜାର କର୍ତ୍ତା ଗଜିନ୍ଦ୍ର ବାଣୁଆ ଓ ପତ୍ନୀ ଲୟା ବାଣୁଆ, ଅଷ୍ଟ ପ୍ରହରୀ କର୍ତ୍ତା ଦୁଷ୍ମନ୍ତ ଥାପା ଓ ପୂର୍ଣ୍ଣମୀ ଥାପା ଥିବା ବେଳେ ପୂଜକ – ଅନିରୁଦ୍ଧ ପାଢ଼ୀ, ଜପକ – ସୂର୍ଯ୍ୟମଣି ପଣ୍ଡା, ପାଚକ- ହନୁମାନ ପାଢ଼ୀ ଏବଂ ସଡ଼ସଖା – କୃଷ୍ଣ ଚନ୍ଦ୍ର ବେହେରା, ନରେନ୍ଦ୍ର ମାଝୀ, ପୀତବାସ ରଣା, ବିଦେଶୀ ଧଙ୍ଗଡା ମାଝୀ, ଶସିକାନ୍ତ ଚିନ୍ଦା ଓ ଦାମ ରଣା ଥିଲେ । ପୂଜା କମିଟି ସଭାପତି ସୁଦର୍ଶନ ଦଣ୍ଡିଆଙ୍କ ସହ କୁର୍ତ୍ତିବାସ ବାଣୁଆ, ଧୁବା ବାଣୁଆ, ଗଙ୍ଗାଧର ଦଣ୍ଡସେନା, ଗାନ୍ଧୀ ଦଣ୍ଡିଆ, ଆଶିଷ ଦଣ୍ଡିଆ, ରଘୁମଣି ଦଣ୍ଡିଆ, ଚନ୍ଦୁଲାଲ ବାଣୁଆ, ହରି ମହାନନ୍ଦ ତଥା ପୂଜା କମିଟିର ସଭ୍ୟ/ସଭ୍ୟା ମାନେ ସାହାଯ୍ୟ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନ ମଣ୍ଡଳର ବିଧାୟକ ଭୁପିନ୍ଦର ସିଂ ତଥା ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଆସି ଦର୍ଶନ କରିଥିଲେ ।

Leave A Reply

Your email address will not be published.

17 − seventeen =