csstore

ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ଅଭିଯାନରେ ଗ୍ରାମୀଣ ମହିଳାଙ୍କୁ ଇ-ଅଟୋ ଚାଳନା ତାଲିମ ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା “ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା” ଅନ୍ତର୍ଗତ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ଅଭିଯାନରେ ଗ୍ରାମୀଣ ମହିଳାଙ୍କୁ ଇ-ଅଟୋ ଚାଳନା ତାଲିମ ଆରମ୍ଭ ହୋଇଛି । ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ଇ-ଅଟୋ ଚାଳନା ତାଲିମ ଶିବିରକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ କରିଛନ୍ତି । ଜିଲ୍ଲା ଗ୍ରାମୀଣ ଆତ୍ମନିୟୁକ୍ତି କେନ୍ଦ୍ରଠାରେ ୧୬ଜଣ ମନୋନୀତ ଗ୍ରାମୀଣ ମହିଳାଙ୍କୁ ଏକ ମାସ ଧରି ଇ-ଅଟୋ ଚାଳନା ପାଇଁ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା ହୋଇଛି । ଗାଁ ଗହଳରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ବ-ରୋଜଗାର ଦେଇ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ପ୍ରୟାସ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଥିବାବେଳେ ଆତ୍ମ ନିର୍ଭର ଯୋଜନାରେ ରୋଜଗାର ସହ ଗ୍ରାମୀଣ ଲୋକଙ୍କୁ ସେବା ଦେବାର ସୁଯୋଗ ପାଇଥିବାରୁ ଆମେ ଭାରତ ସରକାରଙ୍କ ପାଖରେ କୃତଜ୍ଞ ବୋଲି ଜଣେ ହିତାଧିକାରୀ କାନ୍ତିଲତା ନାୟକ କହିଛନ୍ତି ।

jayashree
Leave A Reply

Your email address will not be published.