ppurohit

ଛତ୍ରପୁର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

2nd

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ସମ୍ମିଳନୀଗୃହରେ ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ, ବ୍ଲକ ସ୍ତରୀୟ ସାମାଜିକ ଜନ ଶୁଣାଣି ଶିବିର ଆଦି ସମାହିତ ହୋଇଥିଲା । ଉକ୍ତ ଶିବିରରେ ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସ ସଭାପତିତ୍ୱ କରିଥିଲେ । ଭାରପ୍ରାପ୍ତ ଜିଲ୍ଳା ଉନ୍ନୟନ ଅଧିକାରୀ ବିଜୟ କୁମାର ଜେନା ଛତ୍ରପୁର ପଞ୍ଚାୟତ ସମିତି ପକ୍ଷରୁ ସଭା ପରିଚାଳନା କରିଥିଲେ । ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ୱିତ ସଂଗ୍ରାମଜିତ୍ ସାହୁ ଓ ଜିଲ୍ଲା ସାମାଜିକ ସମୀକ୍ଷକ ଅଧିକାରୀ ରବୀନ୍ଦ୍ରନାଥ ମଲାଣ ମଞ୍ଚାସୀନ ଥିଲେ । ଏହି ଶିବିରରେ ୧୮ଟି ପଞ୍ଚାୟତର ସମସ୍ତ ସରପଞ୍ଚ , ସମିତିସଭ୍ୟ, କନିଷ୍ଠ ଯନ୍ତ୍ରୀ , ଯୋଗାଣସହାୟକ, ଗ୍ରାମସ୍ଵରୋଜଗାର ସେବକ, ଗ୍ରାମ୍ୟ ସାଧକଙ୍କ ଉପସ୍ଥିତିରେ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବର୍ଷର ବନ ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷକ ବିଭାଗ ଓ ଏମଜିଏନ୍ଆରଜିଏସ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ସମସ୍ତ ବିଭାଗର ଅଧିକାରୀମାନେ ନିଜ ବାର୍ଷିକ କାର୍ଯ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ସୁନ୍ଦରପୁର ଗ୍ରାମପଞ୍ଚାୟତରେ ସମିତିସଭ୍ୟାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ । ଜିଆରଏସ ସମ୍ବନ୍ଧରେ ୭ଜଣ ରେଜିଷ୍ଟାର୍ କଣ ଜାଣିନାହାନ୍ତି ,ତେଣୁ ଉପଜିଲ୍ଲାପାଳ ଅଧିକାରୀଙ୍କୁ ସଠିକ୍ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.