
ସଇଁତଳା, (ଖୁସିରାଣୀ ସାହୁ) : ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଲକ କରମତଲା ଠାରେ ଏକ ଦିବସୀୟ ବିଧାନସଭା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କର୍ମୀ ଓ ସାଧାରଣ ଲୋକଙ୍କୁ ଏସ୍ଆଇଆର୍ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ସେ ଭୋଟର ତାଲିକା ସଂଶୋଧନ, ନୂତନ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତ, ତ୍ରୁଟି ସଂଶୋଧନ ଓ ମତଦାତା ସଚେତନତା ବୃଦ୍ଧିରେ ଏସ୍ଆଇଆର୍ର ଭୂମିକା ଉପରେ ଆଲୋକପାତ କରିଥିଲେ ।