
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଂଘ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୁହୁରାମୁଣ୍ଡା ଗ୍ରାମପଂଚାୟତ ଫାସଡ ବାବା ଭୁବନେଶ୍ୱର ମହାଦେବ ମନ୍ଦିରଠାରେ ଅନୁଷ୍ଠିତ ଉତ୍ସବରେ ଭଗବାନ ପର୍ଶୁରାମଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଂଘର ସଭାପତି ମୁକୁନ୍ଦ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଂପାଦକ ବିରାଜନନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିବରଣୀ ପାଠ କରିଥିଲେ । ଏଥିରେ ଆଗଲପୁର, ସାଲେଭଟା, ବକଟି, ବେନ୍ଦ୍ରା, ପଟୁଆପାଲି, କୁଟାସିଂହା, ମୁରସୁଣ୍ଢି, ନଅଗାଁ(କ), ନଅଗାଁ(ଖ), ଉପରବାହାଲ, ନିରବଚନ, ରୋତ, ଭରସୁଜା, ନୁନିଆପାଲି, ଝରଣିପାଲି, ବଡଟିକା, ବାବୁଫାସଡ, ବୁଦୁଲା, ଡୁଡୁକା ଓ ଲୁହୁରାମୁଣ୍ଡା ଗ୍ରା.ପର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ସଞ୍ଜୀବ କୁମାର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପୁରନ୍ଦର ଦାଶ, ଗୋପକୁମାର ପଣ୍ଡା, ଅଭୟ ଚରଣ ହୋତା, ବିଜୟ କୁମାର ମିଶ୍ର, ଆଇନ୍ ପରାମର୍ଶଦାତା ରାଜକିଶୋର ମିଶ୍ର, ବିଜୟ କୁମାର ଦାଶ, ମୁରାରୀଧର ବାବୁ, ଜୟାନନ୍ଦ ମିଶ୍ର, ରାଧାକାନ୍ତ ଠାକୁର, ଯଶୋବନ୍ତ ମିଶ୍ର, ସୁଶିଲ ମିଶ୍ର, ଭାଗ ବତିଆ ପାଢ଼ୀ, ଚିନ୍ତାମଣି ପାଢ଼ୀ, ଶୋଭନ ପ୍ରତାପ ତ୍ରିପାଠୀ, ବୀଣାପାଣି ଦାଶ, ଦେବହୁତୀ ମିଶ୍ର, ଜ୍ୟୋସ୍ନାମୟୀ ମିଶ୍ର, ସୈାଦାମିନୀ ଠାକୁର, ସବିତା ତ୍ରିପାଠୀ, ଗୀତାଞ୍ଜଳୀ ହୋତା, ଲିଲିମା ମିଶ୍ର ପ୍ରମୁଖ ଯୋଗଦାନ କରି ଭଗବାନ ପର୍ଶୁରାମଙ୍କ ଉପରେ ଗଭୀର ଆଲୋକପାତ କରିବା ସହ ବ୍ରାହ୍ମଣ ସଂଘର ସାଂଗଠାନିକ ଆଲୋଚନା କରାଯାଇଥିଲା । ଆଗଲପୁର ବ୍ଲକରେ ଥିବା ୨୦ଟି ଗ୍ରାମପଂଚାୟତକୁ ୪ଟି ଯୋନଗଠନ କରାଯିବା ସହ ପର୍ଶୁରାମ ବାହିନୀ ଓ ନାରୀମାନଙ୍କୁ ନେଇ ଶକ୍ତି ବାହିନୀ ଗଠନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି ।
ଏଥିରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସଂଘ ଗଠନ ଗ୍ରାମ ପଂଚାୟତ ସ୍ତରୀୟ ସଂଘ ଗଠନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । ଆଗଲପୁର ବ୍ଲକର ପ୍ରତିି ଗ୍ରା.ପ ପ୍ରତିନିଧି ଭାବରେ ଯୋଗଦାନ କରିଥିଲେ । ପରେ ବ୍ରାହ୍ମଣମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ଦିଗ ସହ ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଆଗଲପୁର ବ୍ଲକରେ ଥିବା ୨୦ଟି ଗ୍ରା.ପ.ରେ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଗଠନ କରାଯାଇ ବ୍ଲକ ସ୍ତରକୁ ସାଂଗଠାନିକ ସ୍ତରରେ ମଜଭୁତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଶେଷରେ ସଂଘର ଆଇନ୍ ପରାମର୍ଶଦାତା ବିଜୟ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।