csstore

ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଲ ଓଡିଶା ଲେଡିସ ଅଙ୍ଗନୱାଡି ୱାର୍କସ ଆସୋସିଏସନର ନିଷ୍ପତ୍ତି କ୍ରମେ ରବିବାର ହେମବତି ସୁନାଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି । ବୈଠକରେ ଜିଲ୍ଲା ସମ୍ପାଦିକା ବିନୋଦିନୀ ପୁଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ସଂଘର ବାର୍ଷିକ ଆୟ ବ୍ୟୟ ଉପରେ ଆଲୋଚନା ହେବା ସହ ସଂଘକୁ ତୃଣମୂଳ ସ୍ତରରୁ କିପରି ସଦୃଢ କରାଯାଇ ପାରିବ ସେ ନେଇ ମତାମତ ଗ୍ରହଣ କରାଯାଇଥିଲା । ସରକାର ଅଙ୍ଗନୱାଡି କର୍ମୀଙ୍କୁ ଏଣ୍ଡ୍ରୋଏଡ ମୋବାଇଲ ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ମୋବାଇଲ ପ୍ରଦାନ କରାଯାଇ ନାହିଁ । ଏଣୁ ମୋବାଇଲ ଯୋଗେ ରିପୋର୍ଟ ପ୍ରଦାନ ବନ୍ଦ କରିବାକୁ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ପୁଟେଲ ଦାବୀ କରିଥିଲେ । ପରେ କର୍ମକର୍ତ୍ତା ଚୟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସଦସ୍ୟାଙ୍କ ସହମତି କ୍ରମେ ସଭାନେତ୍ରୀ ଭାବେ ମଞ୍ଜୁଲତା ବେହେରା ଉପ ସଭାନେତ୍ରୀ ଜ୍ୟୋସ୍ନା ମଲ୍ଲିକ ସମ୍ପାଦିକା ସନ୍ଧ୍ୟାରାଣୀ ଗିରି ସହ ସମ୍ପାଦିକା ପ୍ରତିମା ବରିହା କୋଷାଧ୍ୟକ୍ଷ ଗୀତାଞ୍ଜଳି ପଟେଲଙ୍କୁ ମନୋନୀତ କରାଯାଇଛି। ସେକ୍ଟର ଲିଡର ଭାବେ ଲାଠୋରରୁ ମମତା ଶଗରିଆ ଅଞ୍ଜଳି ଭୁଏ ରେଙ୍ଗାଲିରୁ ରମାବତି ବିଶି ଅଏଲା ନାଗ ମହରାପଦରରୁ ଜାନକି ଶବର, ରେବତୀ ମେହେର. ଲୁହାସିଂହାରୁ ଗୈାରୀ ନାଏକ, ଭୁମିସୁତା ରାଜହଂସ, ଧଣ୍ଡାମୁଣ୍ଡା ରୁ ଗୀତା ଭୋଇ, ସପ୍ତମୀ ଭୁଏ ମାଟିଆଭଟାରୁ ଝୁନିଲତା ବଗର୍ତ୍ତି ସସମିତା ଗୁଆଲ ଖପ୍ରାଖୋଲରୁ ନଳିନୀ ନାଗ ଓ କସ୍ତୁରୀ ଦୀପ ମନୋନୀତ ହୋଇଛନ୍ତି । କାର୍ୟ୍ୟକ୍ରମ ପରିଚାଳନା ପ୍ରତିମା ଦାସ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରୋଜି ମେହେର ।

jayashree
Leave A Reply

Your email address will not be published.