csstore

ପରାମର୍ଶ ଓ ଦକ୍ଷତା ମେଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସର ନୂତନ ଗୃହରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ଓ ଦକ୍ଷତା ମେଳା ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ରାଜ୍ୟ ସରକାର ଯୁବକ ଯୁବତୀମାନଙ୍କ ନିଜର ଉଜ୍ୱଳ ଭବିଷ୍ୟତ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ତାର ସଦୁପଯୋଗ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉପକୃତ ହେବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ୧୫ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ୧୪ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ତଥା ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ନିଯୁକ୍ତି ଅଧିକାରୀ ଆର ଏମ କିଲାନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜଳନ୍ଧର ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ୩୪୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ । ସାତ ଗୋଟି ବିଭିନ୍ନ ବୈଷୟିକ ଅନୁଷ୍ଠାନର ପଦାଧିକାରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.