csstore

ଝାରମୁଣ୍ଡାଠାରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଝାରମୁଣ୍ଡା ଠାରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଟଲୀ ବିଧାୟକ ତଥା ବଲାଙ୍ଗିର ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେଡିର ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା, ୩୪ ନଂ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସଂଯୁକ୍ତା ବରିହା, ବଲାଙ୍ଗିର ବିଜୁ ଜନତା ଦଳର ଉପସଭାପତି ସୁରେଶ ନାଏକ, ବିଜୁ ଜନତା ଦଳ ଆଗଲପୁରର ବ୍ଲକ ସଭାପତି ପଞ୍ଚୁ ପଧାନ, ଲୋଇସିଂହା ବ୍ଲକ଼ ଚେୟାରମ୍ୟାନ ଜତିନ ପଟେଲ, ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନରର ସଭାପତି ସୋମନାଥ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଂଚାସୀନ ଥିବା ନେଇ ଜଣାପଡିଛି ।

jayashree
Leave A Reply

Your email address will not be published.