pr

ରଚନା ପକ୍ଷରୁ ‘କାକର କଲ୍ଲୋଳ’ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପଞ୍ଚବଟି ଠାରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ‘କାକର କଲ୍ଲୋଳ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଚନାର ସଭାପତି ସାହିତ୍ୟିକ ସନାତନ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସାହିତ୍ୟ ସଭାରେ ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ ମୁଖ୍ୟ ଅତିଥି ଓ ଓଡିଶାର ସୁନାମଧନ୍ୟ ଗାଳ୍ପିକ କ୍ଷେତ୍ରବାସୀ ନାଏକ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ପାଦକ କବି ଭାଗିରଥୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅତିଥିମାନେ ଆଧୁନିକ ସାହିତ୍ୟର ସ୍ଥିତି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ‘କାକର କଲ୍ଲୋଳ’ କବିତା ଆସର କବି କୌତୁକ ପନ୍ଦର ଓ କବିୟିତ୍ରୀ ଲିଲି ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆସରରେ ସ୍ୱରଚିତ କବିତା ପାଠ କରିଥିଲେ କବି ଅନନ୍ତ ବିଶ୍ୱାଲ, ସିପୁନ ନାଏକ, ଶେଖର ରଥ, ଓମ୍‌ ପ୍ରଣବ ନାୟକ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ବ୍ରହ୍ମାନନ୍ଦ ବନଛୋର, ମଧୁସୂଦନ ନେଗୀ, ଗଣେଷ ବାରିକ, ଜ୍ୟୋତି ରଞ୍ଜନ ମିଶ୍ର, ଆନନ୍ଦ ଚନ୍ଦ୍ର ସାହୁ, ଅରୁଣ ମିଶ୍ର, ଜୟଦେବ କର, ପ୍ରହଲ୍ଲାଦ ଶତପଥୀ, ଭାଗିରଥି ମିଶ୍ର, ଦୁଃଖୀଶ୍ୟାମ ତ୍ରିପାଠୀ, ସନାତନ ଠାକୁର, କବୟିତ୍ରୀ ସସ୍ମିତା ନେପାକ, ସସ୍ମିତା ମହାପାତ୍ର, ସଙ୍ଗିତା ନେପାକ, ସବିତା ମହରା, ଡ. ଜ୍ୟୋତିର୍ମୟୀ ସାହୁ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ଯୁଗ୍ମ ସମ୍ପାଦକ ଡ. ଲକ୍ଷ୍ମଣ ମେହେର ।

nrusinghnath
Leave A Reply

Your email address will not be published.