jsm

ଦେଉଳି ଗାଁରେ ମକର ମେଳା ଉପଲକ୍ଷେ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଂଚାୟତ ଦେଉଳି ଗାଁରେ ୨୫ତମ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୪ ପ୍ରହର ନାମଯଜ୍ଞ ଏବଂ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ଦେବାର ସାହୁ ଓ ଧର୍ମପତ୍ନୀ ମୌନାବତୀ ସାହୁ ଦାୟିତ୍ୱ ନେଇଥିବା ବେଳେ ଦେବେନ୍ଦ୍ର ଦାଶ ମୁଖ୍ୟ ପୂଜକ, ସୁଦାମ ପଣ୍ଡା ଜପକ, ପ୍ରମୋଦ ନାୟକ ପୂଜା କାର୍ଯ୍ୟରେ ସହଯୋଗ କରିଛନ୍ତି । ମା’ ମଙ୍ଗଳା ନାଟ୍ୟ କଳାପରିଷଦ ଲାଠୋର କଳାକାରମାନଙ୍କ ଦ୍ୱାରା ଅନୁଷ୍ଠିତ କଂସ ଦରବାର କାର୍ଯ୍ୟକ୍ରମରେ କଂସ ଭୂମିକାରେ ସୁଶାନ୍ତ କୁମାର ମେହେର, ଉଗ୍ରସେନ ଭୂମିକାରେ ଶଶୀ ଭୂଷଣ ମେହେର, ଅକ୍ରୁର ରବିନ୍ଦ୍ର ସାହୁ, ବସୁଦେବ କୈଳାଶ ଭୋଇ, ମହାମନ୍ତ୍ରୀ ହିମାଂଶୁ ମେହେର, ଚାଣୁର କୈଳାଶ ସୁନାନି, ମୁଣ୍ଟିକ ଶାନ୍ତନୁ ସାହୁ, ଦେବକୀ ଭୂମିକାରେ ରଶ୍ମିତା, ଶିଖା ପ୍ରମୁଖ ଅଭିନୟ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ନିରମା ନନ୍ଦ ବାଗ, ଅମୃତ ବିଶି, ସୁନୀଲ ଭୋଇ ସହଯୋଗ କରୁଛନ୍ତି । ଦେବକୀ ବିବାହ, ଉଗ୍ରସେନ ଗାଦିଚ୍ୟୁତ ଓ କଂସ ସିଂହାସନ ପ୍ରାପ୍ତି ସମ୍ପୂର୍ଣ୍ଣ ହୋଇଯାଇଛି । କମିଟିର ସଭାପତି ଶୁଭେନ ସିଂ ଭୋଇ, ସମ୍ପାଦକ ମିନିକେତନ ସେଠ, ଶୁକୃ ବାଗ, ଚମ୍ପୁ ସେଠ, ଅବିନ ସାହୁ, ବଞ୍ଚାନିଧି ବୁଡ଼େକ, ପ୍ରକାଶ ଗହୀର, ଡ଼ମନା ମାଝୀ, ମଙ୍ଗୁଲୁ ଭୋଇ, ଆନନ୍ଦ ବାଗ, ରିତେଶ ବେହେରା, ଶତ୍ରୁଘନ ସାହୁ, ବିନୁ ବେହେରା, ସୁଜିତ ରଣା, ଲୁକୁ ରଣା ଏବଂ ଘୁନସର ଶ୍ରୀ ଅରବିନ୍ଦ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରୁଛନ୍ତି ।

yuvodaya
Leave A Reply

Your email address will not be published.