jayashree

ସୁବର୍ଣ୍ଣ ଜୟନ୍ତୀ ଗୋଇମୁଣ୍ଡ ଦୁର୍ଗାପୂଜା ମହୋତ୍ସବ ପାଇଁ ମାଟି ଅନୁକୂଳ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ପଦାର୍ପଣ କରିଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଦୁର୍ଗାପୂଜା ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମା’ ଦୁର୍ଗାଙ୍କ ମୃଣ୍ମୟ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଥିଲା । ପୂଜା କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ ପୂଜା ମଣ୍ଡପରୁ ଶଙ୍ଖ, ଘଣ୍ଟ ଓ ବାଦ୍ୟ ସହ ଟଙ୍ଗଯୋରକୁ ଯାଇଥିଲେ । ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରତିମା ନିର୍ମାଣ ପାଇଁ ମାଟି ସଂଗ୍ରହ କରି ମଣ୍ଡପକୁ ଆଣିଥିଲେ । ମାଟି ଆସିବା ପରେ ଗ୍ରାମର ମହିଳାମାନେ ବନ୍ଦାପନା କରି ସ୍ୱାଗତ କରିଥିଲେ । ଆୟୋଜକ ସୁବର୍ଣ୍ଣ ଜୟନ୍ତୀ ପୂଜା ମହୋତ୍ସବ କମିଟି ସଭାପତି ଅକ୍ଷୟ ସାହୁ,ସମ୍ପାଦକ ଭକ୍ତବନ୍ଧୁ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, ସାଂସ୍କୃତିକ ସମ୍ପାଦକ ତରଣୀସେନ ସାହୁଙ୍କ ସମେତ ସନ୍ତୋଷ ସାହୁ, ଲଳିତ ମୋହନ ଭୋଇ, ଛିନୁ ଭୋଇ, କୈଳାଶ ସାହୁ, ରମାକାନ୍ତ ସାହୁ, ଓଙ୍କାର ସାହୁ, ବାହାନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.