pakka

ପୋଷ୍ୟ ସ୍କୁଲରେ ପାଣି ପଶୁଥିବାରୁ କ୍ଷୁବ୍ଧ ହୋଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଦୀପା : ୨୪ ଘଣ୍ଟା ମଧ୍ୟରେ ପାଇକମାଲ ବିଡିଓ ଘଟଣା ସ୍ଥଳରେ ପହଞ୍ଚି କଲେ ଅନୁଧ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ଥିବା ପାଇକମାଲ ଅଞ୍ଚଳର ସ୍ୱେଚ୍ଛାସେବୀ ଦୀପା ବାରିକ ନିଜ ପୋଷ୍ୟ ସ୍କୁଲର ପିଲାମାନଙ୍କ ପାଇଁ ପ୍ରଶାସନ ସହିତ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ହୋଇପାରିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଶିଯାଉଥିବା ଯୋଗୁଁ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ବିଷୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଦୀପା ବାରିକ ଅବଗତ ହେବା ପରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ । ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣାଇବା ସହ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ତେଣୁ ଏହି ଘଟଣାକୁ ଗୁରୁତ୍ୱ ଦେଇ ପାଇକମାଲ ବିଡିଓ ଦେବାଶିଷ ସିଂହାଙ୍କ ସମେତ ଜିପିଇଓ ପାଣିଗ୍ରାହୀ ଏବଂ ଡବ୍ଲୁଇଓ ପାଇକମାଲ ଟେମରି ସ୍କୁଲକୁ ପରିଦର୍ଶନ କରିବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୀପାଙ୍କ ଏହି ପ୍ରୟାସକୁ ଟେମରି ଗ୍ରାମର ଅଭିଭାବକ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

seven − 2 =