pakka

୫ ତାରିଖ୍‌ ସକାଲ୍‌ ନୁ ଲକ୍‌ଡାଉନ୍‌, ବଲାଙ୍ଗିର ଜିଲ୍ଲା ପ୍ରଶାସନ୍‌ ଅଁଟା ଭିଡ଼ୁଛେ କଡ଼ାକଡ଼ି କର୍‌ବାର୍‌କେ ଲକ୍‌ଡାଉନ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସର୍‌କାର୍‌ ଘୋଷଣା କରିଛନ୍‌, ୫ ତାରିଖ୍‌ ସକାଲ୍‌ ନୁ ୧୯ ତାରିଖ୍‌ ସକାଲ୍‌ ତକ୍‌ ଲକ୍‌ଡାଉନ୍‌ । ଇ’ ଲକ୍‌ଡାଉନ୍‌ ସମିଆଁ ଥି କେନ୍‌ କେନ୍‌ ସେବା କେତେବେଲେ ଖୁଲା ରହେବା, ହେଟା ବି ପର୍‌ଛା ପର୍‌ଛା କହି ଦେଇଛନ୍‌ । ହେଥିର୍‌ ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅଁଟା ଭିଡ଼ୁଛେ କଡ଼ାକଡ଼ି କର୍‌ବାର୍‌ ଲାଗି ଲକ୍‌ଡାଉନ୍‌ ।

କରୋନା ସଂକ୍ରମଣ କେ ଛେଁକ୍‌ବାର୍‌ ଲାଗି ସହରର୍‌ ଦୁଇ ଠାନେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ୍‌ ଜୋନ୍‌ କରାଯାଇ ସାରିଛେ । ସହରର ସବୁଠାନୁ ଯହ ଭିଡ଼ଭାଡ଼ ହଉଥିବାର ଡେଲି ମାର୍କେଟ୍‌ ଅଁଚଲ୍‌ ଥି କଟ୍‌କନା କଡ଼ାକଡ଼ି କର୍‌ବାର୍‌ ଲାଗି ଗଲା କାଏଲ୍‌ ଠାନୁ ବେରିକେଟ୍‌ ବନ୍ଧା ବି ମୂଲ୍‌ ହେଇଛେ । ସମଲେଇ ଗୁଡ଼ି ଛକ୍‌ ଠାନୁ ସେଆଡେ଼ ବିକ୍ରମ୍‌ ଛକ୍‌ ତକ୍‌ ବେରିକେଟ୍‌ ବାନ୍ଧି ଲକ୍‌ଡାଉନ୍‌ ସମିଆଁ ଥି ଭିଡ଼୍‌ଭାଡ଼୍‌ କେ ଛେଁକ୍‌ବାର୍‌ ଲାଗି ବ୍ୟବସ୍ଥା କରାହଉଛେ ।

କରୋନା ସଂକ୍ରମଣ ମାଡ଼ି ଚାଲିଥିଲା ବେଲ୍‌କେ ସମ୍‌କୁ ସଜାଗ୍‌ ହେବାର୍‌ ନିହାତି ଦର୍‌କାର୍‌ । ସରକାରୀ ଗାଇଡ଼ ଲାଇନ୍‌ କେ ମାନିକରି ଚଲୁନ୍‌ । ନିହାତି ଦର୍‌କାର୍‌ ନେଇଁ ପଡ଼୍‌ଲେ ଘରୁ ନେଇଁ ବାହାରୁନ୍‌ । ମୁହେଁ ମାସ୍କ ପିନ୍ଧୁନ, ସାନିଟାଇଜର୍‌ ବେଭାର୍‌ କରୁନ୍‌, ଘଡ଼ିକେ ଘଡ଼ି ହାତ୍‌ ଧୁଉନ୍‌, ଭିଡ଼୍‌ଭାଡ଼ ଠାନ୍‌ କେ ନେଇଁ ଯଉନ୍‌ ।

jay balangir
Leave A Reply

Your email address will not be published.

ten − 4 =

error: Content is protected !!