csstore

ତୃତୀୟ ଦିନରେ ନର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଜିଦ୍‌ରେ ଅଟଳ ରହିଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ । ନା ପ୍ରସାଶନକୁ ଖାତିର କଲେ ନା ସରକାରଙ୍କୁ । ପୂର୍ବରୁ ଦେଇଥିବା ଚେତାବନୀ ମୁତାବକ ଆନ୍ଦୋଳନ ପୂରଣ ନହେଲେ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବେ ଶେଷରେ ସେଇଆ ହେଲା ଆଜି ତୃତୀୟ ଦିନ ବିତିଯାଇଥିଲେ ସୁଦ୍ଧା ନର୍ସିଙ୍ଗ କର୍ମଚାରୀ ଆନ୍ଦୋଳନରେ ବସି ରହିଲେ ପ୍ରସାଶନ ବା ଜନପ୍ରତିନିଧି କାହାରି ଦେଖା ନାହିଁ ଏପଟେ ଦିନ ତମାମ କାର୍ଯ୍ୟ ବନ୍ଧ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବସି ରହିଥିଲେ ନର୍ସିଙ୍ଗ କର୍ମଚାରୀ । ଜିଲ୍ଲା ତମାମ ପ୍ରତ୍ୟକ, ସିଏଚ୍‌ସି, ପିଏଚ୍‌ସିରୁ ଆସି ରାନ୍ଧି ଖାଇବା ସହିତ ଜିଦରେ ଅଟଳ ରହିଥିଲେ । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ସମସ୍ତ ନୂତନ ରୋଗୀଙ୍କୁ ବିଭାଗୀୟ ଡାକ୍ତର ଭୀମସାର ବୁର୍ଲାକୁ ରେଫର୍‌ କରିଦେଉଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସଦର ଚିକିତ୍ସାଲୟରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୀମସାର ବୁର୍ଲାକୁ ରେଫର୍‌ କରି ସାଧାରଣ ରୋଗୀଙ୍କୁ ଜାଣିଶୁଣି ମରଣ ମୁହଁକୁ ଠେଲି ଦେଉଥିବା ଭଳି ପରିସ୍ଥିତି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବରଗଡ଼ରେ ଦେଖିବାକୁ ମିଳିଥିଲା ଅନ୍ୟପଟେ ଜିଲ୍ଲାରେ ରହିଥିବା କେତେକ ପ୍ରମୁଖ ନର୍ସିଙ୍ଗ କଲେଜରୁ ଛାତ୍ରଛାତ୍ରୀ ମାନଙ୍କୁ ଆଣି ଲୋକଦେଖାଣିଆ ସେବା ଯୋଗାଇଦେବରେ ନିୟୋଜିତ କରି ନିଜର କର୍ତ୍ତବ୍ୟ ସାରି ଦେଇଥିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

jayashree
Leave A Reply

Your email address will not be published.