om academy

ବିକାଶର ଦୂରରେ ଡ଼ଙ୍ଗରମୁଣ୍ଡା ଗାଁ : ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ, ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁ ଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ସେଗୁଡିକ ଅନେକ ଗ୍ରାମାଞ୍ଚଳକୁ ପହଞ୍ଚୁ ନ ଥିବା ବେଳେ ଗ୍ରାମବାସୀମାନଙ୍କ ମଧ୍ୟରେ କେବେ ଆନ୍ଦୋଳନ ତ ଆଉ କେକେବ ବେଳେ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ କାର୍ୟ୍ୟଳୟ ଘେରାଉ କରାଯାଇଥାଏ । ସେହି କ୍ରମରେ ସ୍ବାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଡ଼ଙ୍ଗରମୁଣ୍ଡାରେ ଗ୍ରାମ ପିଚୁ ରାସ୍ତାଟିଏ ନ ଥିବାବେଳେ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ଗ୍ରାମରେ ପ୍ରାୟ ୫୦୦ରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ଦୁଃଖ ନ କହିଲେ ଭଲ । କାଦୁଅ ପଚ ପଚ ରାସ୍ତା ଦେଇ ଯାତାୟାତ କରନ୍ତି । ଡାକ୍ତରଖାନାକୁ ଗର୍ଭବତୀ ମହିଳାମାନଙ୍କୁ ନେବ ପାଇଁ ହେଲେ ପ୍ରାୟ ୧୦ କିଲୋମିଟର ଏମିତି ବାଟ ଦେଇ ନେବାକୁ ପଡିଥାଏ । ସୂଚନାଯୋଗ୍ୟ ଯେ, ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ସମେତ ନେତା ମନ୍ତ୍ରୀ ମାନେ ଯାତାୟାତ କରନ୍ତି । ହେଲେ କାହାର ଦୃଷ୍ଟି ପଡ଼ୁ ନାହିଁ କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରତେକ ବର୍ଷ ପ୍ରଶାସନ ପକ୍ଷରୁ ମୁରୁମ ବିଛାଇ ରାସ୍ତା କାମ କରାଯାଇଥାଏ ।ହେଲେ ପିଚୁ ରାସ୍ତା କାହିଁକି ନିର୍ମାଣ ହୋଇ ପାରୁନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଜାତୀୟ ରାଜପଥ୨୬କୁ ସଂଯୋଗ କରୁଥିବା ଏହି ରାସ୍ତାଟି ଶୋଚନୀୟ ଅବସ୍ଥାରେ ଥିବାବେଳେ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ କରିବା ପାଇଁ କାହିଁକି ପ୍ରଶାସନର ଆନ୍ତରିକତା ନାହିଁ, ଲୋକ‌ଙ୍କ ଭିତରେ ପ୍ରଶ୍ନ ଉଠୁଛି । ପ୍ରତ୍ୟେକ ବର୍ଷ ଖାଲି ମୁରୁମ ବିଛାଇ ରାସ୍ତା କାମ କରି ଠିକାଦାରମାନଙ୍କ ନିଜ ପେଟ ପୋଷିବା ପାଇଁ କାମ ହେଉଛି । ବର୍ତ୍ତମାନ ସମୟରେ ସୋଲାର ପ୍ଲାଣ୍ଟ କାମ ଆରମ୍ଭ ହୋଇଛି । ଏହି ରାସ୍ତା ଦେଇ ବଡ଼ ବଡ଼ ଭାରିଯାନ ଯାତାୟାତ ହେଉଛି । କିନ୍ତୁ ଠିକାଦାର ବାବୁଙ୍କ ଜଣକ ଖାଲି ତାଙ୍କ କାମ ପାଇଁ ଚିନ୍ତା । ହେଲେ ଶୋଚନୀୟ ରାସ୍ତାକୁ ମରାମତି କରିବା ପାଇଁ ଦୃଷ୍ଟି ପଡ଼ୁ ନ ଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ଆଗାମୀ ଦିନରେ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ନ କଲେ ଆନ୍ଦୋଳନ କରାଯିବ ବୋଲି ସଇଁନ୍ତଲା କଂଗ୍ରେସ ବ୍ଳକ ସଭାପତି ଗୁଣସାଗର ମାଝୀ ଚେତାବନୀ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.