csstore

ସେକ୍ଟର ୧୯ ଥାନାର ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନାରେ ଆମ ପୁଲିସ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ବରିଷ୍ଠ ସଭ୍ୟତଥା ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଥାନାରେ ନୂଆକରି ଯୋଗଦେଇଥିବା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଥାନା ଅଧୀନରେ ଥିବା ବିଭିନ୍ନ ସେକ୍ଟର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା, ବଙ୍ଗଳାଦେଶୀଙ୍କ ଦୋରାତ୍ମ୍ୟ, ରୋମିଓଙ୍କ ଉତ୍ପାତ, ମାର୍କେଟ ତଥା ସାଧାରଣ ସ୍ଥାନରେ ମଦ୍ୟପାନ, ଅନିୟମିତତା ପାର୍କିଂ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଭଳି ସମସ୍ୟାର ସମାଧାନ ପାଇଁ ଆମ ପୁଲିସ, ଜନସାଧାରଣଙ୍କ ସହଯୋଗ ଲୋଡିବା ସହିତ ସଚେତନତା ଉପରେ ଥାନା ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ଆମ ପୁଲିସ ତରଫରୁ କୁଞ୍ଜବିହାରୀ ରାଉତ, ସନ୍ତୋଷ କୁମାର ସ୍ୱାଇଁ, ଗଣେଶ ଜୟସିଂହ, ସୁଜିତ କୁମାର ସ୍ୱାଇଁ, ପ୍ରସନ୍ନ ସାହାଣୀ, ସନ୍ତୋଷ ରାଉତ, ଚନ୍ଦ୍ରକାନ୍ତ ସାହୁ, ସଞ୍ଜୟ ରଜାକ, ସୁରେନ୍ଦ୍ର ସୂତାର, ଆକାଶ କୁମାର ପୃଷ୍ଟି, ଅଶୋକ ସ୍ୱାଇଁ, ପ୍ରଦୀପ୍ତ ସାହୁ ଓ ଥାନା ପକ୍ଷରୁ ଏଏସଆଇ ରୁଦ୍ରନାରାୟଣ ଦାସ, କ୍ଷେତ୍ରବାସୀ ଜୟପୁରିଆ, କୌଶଲ୍ୟା ଗୌଡ, ଜୋନ ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡ଼ଃ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.