csstore

ଦୁର୍ଗ ଠାରେ ଆୟୋଜିତ ସିବିଏସ୍‌ଇ ଦ୍ଵିତୀୟ କ୍ଲଷ୍ଟର କବାଡି ଖେଳରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ହେଲା ଚମ୍ପିୟାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସିବିଏସ୍‌ଇ ଦ୍ଵିତୀୟ କ୍ଲଷ୍ଟରସ୍ତରୀୟ କବାଡି ଚାମ୍ପିଅନ୍‌ସିପ୍‌ ଦୁର୍ଗ ମଦରର୍ସ ପ୍ରାଇଡ ସ୍କୁଲ ଠାରେ ୨୨ ତାରିଖରୁ ୨୬ ସେପ୍ଟେମ୍ବର ଯାଏଁ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ଚାମ୍ପିଅନ୍‌ ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଛି । ଏହି ଟିମ୍‌ରେ ଆଦିତ୍ୟ ମୁଗ୍ରୀ, ଡିକେଶ୍ୱର ପ୍ରଧାନୀ, କୁନ୍ଦନ ନାଗ, ସୁଜିତ ବାଗ, ମେଘରାଜ ଫେରିକର, ଆୟୁଷ୍ମାନ ପୁଟେଲ, ସାଇ ଆଦିତ୍ୟ ସାହୁ, ଆୟାନ୍ସ ପଟ୍ଟନାୟକ, ରିତେଶ ନାହ, ଭୂପେନ୍ଦ୍ର ତାଣ୍ଡି ଖେଳିଥିବା ବେଳେ କୋଚ୍‌ ଭାବେ ଧବଳେଶ୍ୱର ଦଳବେହେରା, ଟିମ୍‌ ମ୍ୟାନେଜର ଲବ ସୁନାନି ଯାଇଥିଲେ । ଏହି ସଫଳତା ପାଇଁ ଟିମର ଖେଳାଳି ଓ କୋଚ୍‌ଙ୍କୁ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି, ଡାଇରେକ୍ଟର ଏଡ୍‌ମିନ ଧରିତ୍ରୀ ମହାନ୍ତି ଶୁଭେଚ୍ଛା ଜଣାଇବା ସହ ତାଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.