om academy

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

jsm

ସିଂହପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରୀ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଜରୀ ଗ୍ରାମର ରାଜେନ୍ଦ୍ର ମଲିକ, ଯୁଧିଷ୍ଠିର ମଲିକ, ଉମାକାନ୍ତ ମଲିକ, ରମାକାନ୍ତ ମଲିକ, ଅମର ମଲିକ, ଭ୍ରମର ବର ମଲିକଙ୍କ ୬ ବଖରା ଘର ସମେତ ଘରେ ଥିବା ଧାନ ସୁନା, ରୂପା, ନଗଦ ଟଙ୍କା ଓ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏଥିସହ ଅଗ୍ନିକାଣ୍ଡରେ ୨ଟି ଗାଈ ସହ ୭ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଅଗ୍ନିକାଣ୍ଡ ଖବରପାଇ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି କୈଳାସ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସରପଞ୍ଚ ନନ୍ଦକିଶୋର ମଲିକ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱାସନା ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.