om academy

ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

jsm

କେନ୍ଦୁଝର : ସକାଳୁ କେନ୍ଦୁଝରର ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଦୋକାନ ଜଳିଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଦୋକାନ ଗୁଡିକ ଲାଗି ହୋଇ ରହିଛି । ତେଣୁ କୌଣସି ଏକ ଦୋକାନରେ ସର୍ଟସର୍କିଟ୍‌ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ ରାହାସ ମାର୍କେଟରେ ଲୁଗା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ରହିଛି । କୌଣସି କାରଣ ବଶତଃ ମାର୍କେଟରେ ନିଆଁ ଲାଗିଯାଇଥିଲା । ତା’ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିବା ଜଣାପଡିଛି । ବ୍ୟବସାୟୀଙ୍କ କହିବା ଅନୁଯାୟୀ, ନିଆଁ ଲିଭାଇବାକୁ ପ୍ରାଣ ପଣେ ଉଦ୍ୟମ ଚଳାଇଥିଲେ ମଧ୍ୟ ବିଫଳ ହୋଇଥିଲେ । ନିଆଁ ଲିଭାଇବା ବେଳେ ପାଣିର ଅଭାବ ଦେଖାଦେଇଥିଲା । ଫଳରେ ନିଆଁକୁ ଠିକ୍‌ ସମୟରେ ଆୟତ୍ତ କରାଯାଇପାରି ନଥିଲା । ତେବେ ମାର୍କେଟରେ କିପରି ନିଆଁ ଲାଗିଲା ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.