csstore

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ୱିତୀୟ ଦିନ

  • ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଦ୍ୱିତୀୟ ଦିବସରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ୱିନୀ କୁମାର ରାୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଭଗବତୀଙ୍କ ସାହିତ୍ୟାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଗବତୀ ଥିଲେ ବାସ୍ତବବାଦୀ ସାହିତ୍ୟ ଚେତନାର ଉନ୍ମୋଚକ ଓ ନାନ୍ଦିକାର । ଓଡ଼ିଆ ସାହିତ୍ୟର ମୋଡ ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ସଭାପତି ଶ୍ରୀ ପତି ଅନୁଷ୍ଠାନର ଆଭିମୁଖ୍ୟ ଓ ସମ୍ପାଦକ ଶ୍ରୀ ମହାପାତ୍ର ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବିତା କବିତାରେ ଗାନ୍ଧୀଙ୍କ ସମ୍ପର୍କିତ କବିତା ପାଠରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । କବି ବଳରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ୱିତୀୟ କାର୍ଯ୍ୟକ୍ରମ ଭଜନ ପ୍ରତିଯୋଗିତା ସମ୍ପର୍କରେ ପ୍ରାକ ସୂଚନା ଓ ଅତିଥି ପରିଚୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଦେଇଥିଲେ । ବରିଷ୍ଠ ଉପସଭାପତି ବାଉରୀବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଡ଼ଃ ଅଶ୍ୱିନୀ କୁମାର ରାୟ ଅତିଥି ଓ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସେହିପରି ଭଜନ ପ୍ରତିଯୋଗିତାରେ ବିଚାରକ ଭାବେ କଣ୍ଠଶିଳ୍ପୀ ଭାସ୍କର ପୁହାଣ ଓ ସୁଶ୍ରୀ ସ୍ତୁତି ପ୍ରିୟା ଦାୟିତ୍ଵ ତୁଳାଇଥିଲେ । ଗୁରୁ ଫକୀର ପତି, ଗୁରୁ ଜଗନ୍ନାଥ ଦାସ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁସ୍ତକ ମେଳାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଜୟ ପାତ୍ର, ପର୍ଶୁରାମ ପଟ୍ଟନାୟକ, କରୁଣାକର ପାଟ୍ଟଶାଣି, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.